ଫେନମପେହ୍ନ,୧୩।୧୧: କାମ୍ବୋଡିଆରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ତାଙ୍କର ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି। ଏହି ସମୟରେ ୟୁକ୍ରେନ ସଙ୍କଟ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ରଣନୀତି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା।
ଜୟଶଙ୍କର ଟୁଇଟ କରି ଏହି ବାର୍ତ୍ତାଳାପ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଆମେରିକାର ବୈଦେଶିକ ସଚିବଙ୍କ ସହ ଭଲ ସାକ୍ଷାତ ହୋଇଛି। ୟୁକ୍ରେନ, ଭାରତ-ପ୍ରଶାନ୍ତ ମହାସାଗରୀୟ, ଶକ୍ତି, ଜି-୨୦ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଫଳପ୍ରଦ ଆଲୋଚନା ହୋଇଛି। ଏହାପୂର୍ବରୁ ଜୟଶଙ୍କର ମଧ୍ୟ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କୁ ଭେଟିଥିଲେ। ସହିତ ସେ ଥାଇଲାଣ୍ଡରୁ ଆସିଥିବା ପ୍ରତିପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି।