କାଏରୋ ପାର୍କରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜୟଶଙ୍କର…

କାଏରୋ,୧୫।୧୦ : କାଏରୋର ପ୍ରସିଦ୍ଧ ପାର୍କରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶନିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇଜିପ୍ଟର ରାଜଧାନୀରେ ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ବିଶ୍ୱର ସମସ୍ତଙ୍କ ପାଇଁ ନ୍ୟାୟ ଏବଂ ସମାନତା ପାଇଁ ପ୍ରୟାସ ଜାରି ରଖିବ। ତାଙ୍କର ଇଜିପ୍ଟ ପ୍ରତିପକ୍ଷ ସମହ ହାସନ ଶୈକିଙ୍କ ନିମନ୍ତ୍ରଣରେ ଜୟଶଙ୍କର ଦୁଇ ଦିନିଆ ଗସ୍ତ ଇଜିପ୍ଟ ଗସ୍ତରେ ଅଛନ୍ତି।

ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ ସେ କାଏରୋର ପ୍ରସିଦ୍ଧ ଅଲ ହୋରେୟା ପାର୍କରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି। ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ୨୦୧୯ରେ ଅଲ ହୋରେୟା ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଅଲ ହୋରେୟା ପାର୍କରେ ଇଜିପ୍ଟ ଇତିହାସର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ମୂର୍ତ୍ତି ରହିଛି। ଯେଉଁମାନେ ଦେଶରେ ଗୁରୁତ୍ୱପୂର୍ଣ୍ଣ ଏବଂ ସକରାତ୍ମକ ପରିବର୍ତ୍ତନ କରିଥିଲେ ଏବଂ ଲୋକଙ୍କ ସ୍ବାଧୀନତା ପାଇଁ ସାହାଯ୍ୟ କରିଥିଲେ।

ଏହା ସହିତ ଜୟଶଙ୍କର ହେଲିଓପଲିସ କମନୱେଲଥ ଓ୍ବାର ଗ୍ରେଭ୍‌ କବରସ୍ତାନ ପରିଦର୍ଶନ କରି ଇଜିପ୍ଟ ଏବଂ ପାଲେଷ୍ଟାଇନରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତି ଚାରଣ କରିଛନ୍ତି। କିଛି ଫଟୋ ଶେୟାର କରି ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ ମାନବିକତାର ସେବାରେ ଭାରତୀୟମାନେ ସାରା ବିଶ୍ୱରେ ବଳିଦାନ ଦେଇଛନ୍ତି। ଆମେ ଏକ ଅଧିକ ସମସାମୟିକ ଏବଂ ସମାନ ବିଶ୍ୱସ୍ତରୀୟ କ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଆମକୁ ପ୍ରେରଣା ଦେଇଥାନ୍ତି।

Share