Categories: ଜାତୀୟ

ମାର୍ଚ୍ଚ ୩୦ରେ ଜୟଶଙ୍କର-କୁରେଶି ସାକ୍ଷାତ୍‌ ସମ୍ଭାବନା

ନୂଆଦିଲ୍ଲୀ,୨୮।୩: ତଜାକିସ୍ତାନର ଦୁଶାନବେରେ ମାର୍ଚ୍ଚ ୩୦ରେ ହାର୍ଟ ଅଫ୍‌ ଏସିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ଯୋଗଦେବେ। ସେହିପରି ଏହି ସମ୍ମିଳନୀରେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମହମୁଦ୍‌ କୁରେଶି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉଭୟ ପ୍ରତିପକ୍ଷଙ୍କ ମଧ୍ୟରେ ସାକ୍ଷାତ୍‌ ହେବାର ସମ୍ଭାବନା ରହିଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଭାରତ ଅବା ପାକିସ୍ତାନ ପକ୍ଷରୁ ଔପଚାରିକ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଇତିମଧ୍ୟରେ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ସହିତ ସିନ୍ଧୁ ଜଳ ଆୟୋଗ ବୈଠକ ଶେଷ ହୋଇଛି। ସେହିପରି ଦୁଇଦେଶ ମଧ୍ୟରେ କ୍ରିକେଟ୍‌ ଖେଳ ଆରମ୍ଭ ପାଇଁ ପ୍ରସ୍ତାବ ଉପରେ ଚର୍ଚ୍ଚା କରାଯାଉଛି। ତେଣୁ ଦୁଇଦେଶର ବହିର୍ବ୍ୟାପାର ମନ୍ତ୍ରୀ ହାର୍ଟ ଅଫ୍‌ ଏସିଆ ସମ୍ମିଳନୀରେ ପରସ୍ପର ମଧ୍ୟରେ ସାକ୍ଷାତ୍‌ କରିବା ସମ୍ଭାବନା ସୃଷ୍ଟି ହୋଇଛି।

Share