ନୂଆଦିଲ୍ଲୀ, ୨୮/୧୦: ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନଭେମ୍ବର ୮ରେ ରୁଷିଆ ଗସ୍ତ କରି ତାଙ୍କ ପ୍ରତିପକ୍ଷ ସେରେଗି ଲାଭ୍ରୋଭଙ୍କୁ ଭେଟିବେ। ଏହି ଅବସରରେ ଜୟଶଙ୍କର ଏବଂ ଲାଭ୍ରୋଭ୍ ଦ୍ୱିପାକ୍ଷିକ ଆଲୋଚନା ସହ ଅର୍ନ୍ତଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିବେ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଭିତରେ ଜୟଶଙ୍କରଙ୍କ ମସ୍କୋ ଗସ୍ତ ବେଶ୍ ଗୁରୁତ୍ୱ ରଖେ।