ଚାଇନା ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ବେନାଉଲିମ, ୫।୫: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସମ୍ପର୍କରେ ଦୁଇ ରାଷ୍ଟ୍ରର ପ୍ରତିନିଧି କଥା ହୋଇଥିବା କୁହାଯାଉଛି। ଗୋଆର ବେନାଉଲିମସ୍ଥିତ ବିଚ୍‌ ରିସର୍ଟରେ ବହିର୍ବ୍ୟାପାର ମନ୍ତ୍ରୀଙ୍କ କାଉନ୍‌ସିଲ୍‌ ବୈଠକ ସାଂଘାଇ କୋଅପରେଶନ୍‌ ଅର୍ଗାନାଇଜେଶନ୍‌ (ଏସିସିଓ) ଚାଲିଛି। ଗତ ୨ ମାସରେ ଜୟଶଙ୍କର ଦ୍ୱିତୀୟ ଥର ଲାଗି ଗାଙ୍ଗଙ୍କୁ ଭେଟିଛନ୍ତି। ମାର୍ଚ୍ଚରେ ଜି୨୦ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକରେ ଗାଙ୍ଗ ସାମିଲ ହୋଇଥିଲେ।
ଅନ୍ୟପକ୍ଷେ ଜୟଶଙ୍କର ରୁଷିଆ ପ୍ରତିପକ୍ଷ ସର୍ଗେ ଲାଭରୋଭଙ୍କ ସହ ସାକ୍ଷାତ୍‌ କରିଛନ୍ତି। ଦୁଇ ରାଷ୍ଟ୍ରର ଦ୍ୱିପାକ୍ଷିକ ସମ୍ବନ୍ଧୀୟ ଆଲୋଚନା ସାଙ୍ଗକୁ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଏବଂ ବୈଶ୍ୱିକ ଘଟଣାବଳୀ ଉପରେ ଦୀର୍ଘ ସମୟଧରି ଆଲୋଚନା ହୋଇଥିଲା।

Share