ନୂଆଦିଲ୍ଲୀ,୫ା୧୨: ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ ଭାରତରେ ପହଞ୍ଚିଛନ୍ତି। ସେ ଦିଲ୍ଲୀର ଗାନ୍ଧୀ ସ୍ମୃତିଠାରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନାକୁ ଦିଲ୍ଲୀରେ ଭେଟିଛନ୍ତି।
ଆନ୍ନାଲେନା କହିଛନ୍ତି, ‘ଭାରତ ଯାତ୍ରା କରିବା ପୃଥିବୀର ଏକ ଷଷ୍ଠାଂଶ ଯାତ୍ରା କରିବା ପରି। ମୁଁ ଦିଲ୍ଲୀରେ ଏକ ମୋବିଲିଟି ଚୁକ୍ତି ସ୍ବାକ୍ଷର କରିବି, ଯାହା ଦ୍ୱାରା ଲୋକମାନେ ପରସ୍ପରର ଦେଶରେ ଅଧ୍ୟୟନ, ଅନୁସନ୍ଧାନ, କାର୍ଯ୍ୟ କରିବା ସହଜ ହେବ। ଆମେ ମଧ୍ୟ ରଣନୀତିକ ଭାଗିଦାରୀ ବାହାରେ ଭାରତ ସହିତ ଅର୍ଥନୈତିକ, ସୁରକ୍ଷା ନୀତି ସହଯୋଗକୁ ମଜବୁତ କରିବାକୁ ଚାହୁଁଛୁ ।