ମ୍ୟାନ୍‌ମାର୍‌ ପ୍ରତିପକ୍ଷଙ୍କୁ ଭେଟିଲେ ଜୟଶଙ୍କର

ବ୍ୟାଙ୍କଙ୍କ,୧୬ା୭: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ରବିବାର ମ୍ୟାନ୍‌ମାର୍‌ ପ୍ରତିପକ୍ଷ ଥାନ ସ୍ବେଙ୍କୁ ଭେଟି ସଂଯୋଗ ପଦକ୍ଷେପ, ବିଶେଷକରି ଭାରତ-ମ୍ୟାନ୍‌ମାର୍‌-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ଉପରେ ଆଲୋଚନା କରିଛନ୍ତି। ଏହାସହ ସୀମାନ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶନିବାର ବ୍ୟାଙ୍କଙ୍କରେ ପହଞ୍ଚିଥିବା ଜୟଶଙ୍କର ମଧ୍ୟ ମେକାଙ୍ଗ ଗଙ୍ଗା ସହଯୋଗ (MGC) ବୈଠକ ପରେ ମ୍ୟାନ୍‌ମାର୍‌ର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି।

Share