Categories: ଖେଳ

ବିଶ୍ୱକପ୍‌ର ସେମିଫାଇନାଲ-ଫାଇନାଲ୍‌ରେ ଶତକ ମାରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ହେଲେ ଏହି କ୍ରିକେଟର: ଆଜି ବି ରହିଛି ରେକର୍ଡ

ନୂଆଦିଲ୍ଲୀ,୧୬।୧: କ୍ରିକେଟରେ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସ୍ଥାପନ କରିଥାନ୍ତି କ୍ରିକେଟର। ହେଲେ କିଛି ରେକର୍ଡ ଏଭଳି ଥାଏ ଯାହା ଗୋଟିଏ ଥର ହୋଇଥିଲେ ହେଁ ସେହିଭଳି ରହିଥାଏ। ଅନ୍ୟ କେହି ତାକୁ ଭାଙ୍ଗିପାରି ନ ଥାନ୍ତି। ସେଭଳି ଏକ ରେକର୍ଡ ହେଲା ୫୦ ଓଭରର ବିଶ୍ୱକପ୍‌ର ସେମିଫାଇନାଲ ଏବଂ ଫାଇନାଲରେ ଶତକ ମାରିବାର। ଶ୍ରୀଲଙ୍କାର ପୂର୍ବ ଅଧିନାୟକ ମହିଳା ଜୟବର୍ଦ୍ଧନେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଏହି ରେକର୍ଡ ହାସଲ କରିଛନ୍ତି। ତାଙ୍କ ବ୍ୟତିତ ଅନ୍ୟ କେହି ତାହା କରିପାରିନାହାନ୍ତି। ଆଇସିସି ବିଶ୍ୱକପ୍‌ କ୍ରିକେଟର ସବୁଠାରୁ ବଡ ମଞ୍ଚ ହୋଇଥିବା ବେଳେ ଖେଳାଳିମାନେ ଚାପରେ ୍‌ରହିଥାନ୍ତି। ହେଲେ ଜୟବର୍ଦ୍ଧନେ ୨୦୦୭ ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଭାରତ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି।

Share