Categories: ଜାତୀୟ

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଦାୟିତ୍ୱ ନେଲେ ଜୟଦୀପ

ନୂଆଦିଲ୍ଲୀ, ୨ା୩(ପିଆଇବି): ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଜୟଦୀପ ଭଟ୍ଟନାଗର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୬ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ ଭଟ୍ଟନାଗର ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିବା ସହ ବାଣିଜ୍ୟ, ବିକ୍ରୟ ଓ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ। ପଶ୍ଚିମ ଏସିଆର ୨୦ ଦେଶ ପାଇଁ ସେ ପ୍ରସାର ଭାରତୀ ସ୍ବତନ୍ତ୍ର ଖବରଦାତା ଭାବେ କାର୍ଯ୍ୟ କରିଛନ୍ତି। ପରେ ଆକାଶବାଣୀର ନ୍ୟୁଜ୍‌ ସର୍ଭିସେସ୍‌ ବିଭାଗର ମୁଖ୍ୟ ରହିଥିଲେ। ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମାସ୍‌ କମ୍ୟୁନିକେଶନରେ ରେଜିଷ୍ଟ୍ରାର ଦାୟିତ୍ୱ ମଧ୍ୟ ସେ ତୁଲାଇ ଥିଲେ।

Share