ଜୟଶ୍ରୀ ମିଶ୍ର ହତ୍ୟା ମାମଲା: ୩ ମାସ ପାରୋଲରେ ଗଲେ ଅଭିଯୁକ୍ତ

ସମ୍ବଲପୁର,୧୭।୯(ବ୍ୟୁରୋ): ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟା ମାମଲାରେ ଶନିବାର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ହାଇକୋର୍ଟ ୩ ମାସ ପାଇଁ ପାରୋଲରେ ଛାଡିଛନ୍ତି। ଅନ୍ୟପଟେ ନିଜର ଓ ନିଜ ଭାଇ ସମେତ ଦୁଇ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଜୟଶ୍ରୀଙ୍କ ଝିଅ ବିଜୟିନୀ ସମ୍ବଲପୁର ଜିଲା ପୋଲିସଙ୍କ ସୁରକ୍ଷା ଲୋଡ଼ିଛନ୍ତି ।
ସୂଚନାଯୋଗ୍ୟ, ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ନନ୍ଦପଡ଼ାର ଜୟଶ୍ରୀ ମିଶ୍ର ୨୦୧୧ ମସିହାରେ ନିଖୋଜ ଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରି ଘଟଣାକୁ ଚାପି ଦେଇଥିଲା। ପରେ ଜୟଶ୍ରୀଙ୍କ ଝିଅ ଜେଏନ୍‌ୟୁ ଛାତ୍ରୀ ବିଜୟିନୀ ମା’ଙ୍କୁ ହତ୍ୟା କରାଯାଇଥିବା ପୋଲିସ ଡିଜିଙ୍କ ପାଖେ ଅଭିଯୋଗ କରିଥିଲେ। ୮ ବର୍ଷ ପରେ ଡିଜିଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ରେ ତଦନ୍ତ ଆରମ୍ଭ ହୋଇଥିଲା। ବୁର୍ଲା ଥାନା ବଡ଼ସିଂହାରୀ ଗ୍ରାମ ନିକଟସ୍ଥ ପଡ଼ିଆରୁ ଜୟଶ୍ରୀଙ୍କ ହାଡ଼ ଓ ପାଉଁଶ ମାଟିତଳୁ ଉଦ୍ଧାର କରାଯାଇଥିଲା । ପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସମ୍ପର୍କୀୟ ବସନ୍ତଙ୍କୁ ପୋଲିସ ଗିରଫ କରିଥିଲା।

Share