ବାଲିମାଫିଆଙ୍କ କବ୍‌ଜାରେ ଋଷିକୂଲ୍ୟା, ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ…

ପୁରୁଷୋତ୍ତମପୁର,୧୦ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ବାଲିମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ବିନା ଦ୍ୱିଧାରେ ଋଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ବାଲି ଚୋରାଇ ନେବାରେ ଲାଗିପଡ଼ିଛନ୍ତ। ଏପରି ବିନା ଦ୍ବିଧାରେ ଖୁଲମ୍‌ଖୁଲା ଭାବେ ବାଲି ବିକ୍ରି ଉଦ୍ଦେଶ୍ୟରେ କେଏନପୁର ପଞ୍ଚାୟତର ଅଲାଡ଼ି ଗାଁଠାରେ ଋଷିକୂଲ୍ୟା ମଧ୍ୟରେ ରାସ୍ତା ନିର୍ମାଣ କରିବାରେ ଲାଗିପଡ଼ିଥିବା ବେଳେ ପ୍ରଶାସନ ଜଳକା ସାଜିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାହା ଅନୁମତିରେ ନଦୀ ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଛି ଓ ଏଥିଲାଗି କିଏ ନିର୍ଦ୍ଦେଶ ଦେଇଛି ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦିନ ଦ୍ୱିପ୍ରହରରେ ଜେସିବି ସାହାଯ୍ୟରେ ନଦୀଘାଟକୁ ଖୋଳି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ପ୍ରଶାସନ କିପରି ଚୁପ୍‌ ରହିଛି ବୋଲି ଜନସାଧାରଣ ପ୍ରଶ୍ନ କରିବା ସହ ଏପରିକି ବାଲିମାଫିଆଙ୍କୁ ପ୍ରଶାସନ ପ୍ରୋତ୍ସାହନ
ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି। ବାଲିଘାଟ କରିବାକୁ ବିରୋଧ କରି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପଠାଇଛନ୍ତି।
ଏଥିନେଇ ସେମାନେ ଅଭିଯୋଗ କରିଛନ୍ତି ଯେ, ଗ୍ରାମଠାରୁ ପ୍ରାୟ ୨୦ ମିଟର ଦୂରରେ ଋଷିକୂଲ୍ୟା ରହିଛି। ଏହି ନଦୀ ତଟ ନିକଟରେ ଜନବସତି ସହ ଗ୍ରାମ୍ୟ ରାସ୍ତା ମଧ୍ୟ ରହିଛି। ନଦୀରେ ବନ୍ୟା ଆସିଲେ ରାସ୍ତାକୁ ଲାଗି ପାଣି ପ୍ରବାହିତ ହେଉଥିବା ବେଳେ ବେଳେ ଗ୍ରାମ ମଧ୍ୟକୁ ପାଣି ପଶିଆସୁଛି। ଏଣୁ ନଦୀ ଗର୍ଭରେ ଅଲାଡିଗାଁଟି ଲୀନ ହେବା ଆଶଙ୍କା କରି ଜିଲା ପ୍ରଶାସନ ଓ ସରକାରଙ୍କ ଜଳସେଚନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଏଯାବତ୍‌ ପ୍ରଶସ୍ଥ ନଦୀପଠା ସୃଷ୍ଟି ହୋଇପାରିନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରାସ୍ତା ନିକଟ ନଦୀକୂଳରୁ ବାଲି ଉଠାଇବା ନିମନ୍ତେ ବାଲିଘାଟ ତିଆରି କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ବାଲିଘାଟ କଲେ ନଦୀକୂଳ ଗଭୀର ହୋଇ ବନ୍ୟା ସମୟରେ ଗ୍ରାମକୁ ପାଣି ପଶି ସମଗ୍ର ଗ୍ରାମ ପାଣିରେ ଭାସିଯିବାର ଆଶଙ୍କା ରହଛି। ଏଣୁ ଏଠାରେ କରାଯାଉଥିବା ବାଲିଘାଟକୁ ବନ୍ଦକରି ଗ୍ରାମକୁ ସୁରକ୍ଷା ଲାଗି ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।

ଏଥିନେଇ ବାଲିଆ ରାଜସ୍ବ ନିରୀକ୍ଷକ ବିବେକାନନ୍ଦ ଜାନିଙ୍କ ସହ ଯୋଗାଯୋଗ କରିବାରୁ ନଦୀରେ କେହି ବ୍ୟକ୍ତି ରାସ୍ତା କରିଥିବାର ଖବରପାଇ ଘଟଣାସ୍ଥଳକୁ ଯାଇ ଦେଖିବା ସହ ଏଥିନେଇ ତହସିଲଦାରଙ୍କୁ ଜଣାଇଛି ବୋଲି କହିଥିବା ବେଳେ ବ୍ରହ୍ମପୁର ଖଣି ବିଭାଗୀୟ ଅଧିକାରୀ କୀର୍ତ୍ତିରଞ୍ଜନ ସେଠ୍‌ଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଅଲାଡ଼ି ଗାଁରେ ଋଷିକୂଲ୍ୟା ନଦୀରେ ବାଲିଉଠାଣ ଲାଗି କୌଣସି ଟେଣ୍ଡର ହୋଇନାହିଁ। ନଦୀରେ ରାସ୍ତା କରୁଥିବା ନେଇ ଆମପାଖରେ ସେମିତି କିଛି ଖବରନାହିଁ। ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଲେନି ଅମର, ପ୍ରତିକ୍ରିୟାରେ କହୁକହୁ କହିଦେଲେ…

ଯାଜପୁର,୧୦ା୧୦: ଯାଜପୁର ବିଜେଡି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଅମର ଶତପଥୀ ଯୋଗ ନ ଦେବାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର୍‌ ଧରିଛି। ଅମର କାହିଁକି...

ବୁର୍ଲା କନଷ୍ଟେବଳଙ୍କ ଆକ୍ରମଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଲୁଚିଥିବାବେଳେ…

ସମ୍ବଲପୁର,୧୦ା୧୦(ପ୍ରମୋଦ ବହିଦାର): ପୋଲିସ କନଷ୍ଟେବଳଙ୍କୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତ କମଲୁ ପ୍ରଧାନ ପୋଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର...

ଟାଟା ଷ୍ଟିଲ ଯୋଡାରେ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଭାରତର ଅନ୍ୟତମ ସମ୍ମାନଜନକ ଶିଳ୍ପପତି ରତନ ଟାଟାଙ୍କୁ ସମ୍ମାନ ଜଣାଇ ଗୁରୁବାର ଟାଟା ଷ୍ଟିଲ ଯୋଡା ପକ୍ଷରୁ ଏକ...

ମାଗଣା ମେଡିସିନ ଦେବାକୁ ଲାଞ୍ଚ ନେଉଥିଲେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର, ଧରିଲା ଭିଜିଲାନ୍ସ

କଟକ,୧୦ା୧୦(କାର୍ତ୍ତିକ ସାହୁ): କଟକ ଏସ୍‌ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨...

ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା

ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି...

ସ୍କୁଟିକୁ ସାମ୍ନାପଟୁ ଧକ୍କାଦେଲା ବାଇକ୍‌, ୪ ଗୁରୁତର

ପାଟଣା,୧୦ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତାର ହନୁମାନ ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ବାଇକ୍‌ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା।...

ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ...

ନବମୀରେ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

କଟକ,୧୦ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ପୂଜା ପାଇଁ କଟକ ସହର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ମଣ୍ଡପରେ ଗୁରୁବାର ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ। ତେବେ ଦୁର୍ଗାପୂଜାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri