ପୋଖରୀ ଖୋଳୁଛି ଜେସିବି

ନୟାଗଡ଼ ଅଫିସ,୩୧।୧: ନୟାଗଡ଼ ବ୍ଲକ ଜେମାଦେଇପୁର ପାଟଣା ପଞ୍ଚାୟତ ତଳପାଟଣା ଗଁାର ଗୋଡିପୋଖରୀକୁ ଜେସିବି ଖୋଳୁଛି। ଏଠାରେ ପୋଖରୀର କାର୍ଯ୍ୟ ଦିନ ବେଳା କରା ନ ଯାଇ ରାତିରେ କରାଯାଉଛି। ଫଟୋ ଓ ଭିଡିଓ ଉତ୍ତୋଳନ କରିବା ରାତିରେ ସହଜ ହେବ ନାହିଁ ବିଚାର କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ପୁଣି ରାତିରେ ପୋଖରୀ ପାଖକୁ କିଏ ବା କାହିଁକି ଯାଉଛି ଏକ ଟିମ୍‌ ଅନୁଧ୍ୟାନ କରୁଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏହି ପଞ୍ଚାୟତରେ ଗୋଡିପୋଖରୀକୁ ମିଶାଇ ରାତିରେ ୨ଟି ପୋଖରୀର ଖନନ ଜେସିବି କରୁଛି। ଏ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ପାଟି ଚୁପ କରାଯାଇଥିବା ଅଭିଯୋଗ ରହିଛି।

Share