Categories: ଜାତୀୟ

ଭାଜପା ଏମ୍‌ପି କହିଲେ ‘ଜେସିବିର ଅର୍ଥ ଜିହାଦ କଣ୍ଟ୍ରୋଲ ବୋର୍ଡ’

ନୂଆଦିଲ୍ଲୀ,୨୦।୪: ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀ ଜାହାଙ୍ଗିରପୁରୀରେ ହିଂସା ଘଟଣାକୁ ନେଇ ସେଠାରେ ବୁଲ୍‌ଡୋଜର ଚାଲିବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ସେଠାରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ଉପୁଜିଛି। ବୁଧବାର ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ବୁଲ୍‌ଡୋଜର ଯୋଗେ ଉଚ୍ଛେଦ ଆରମ୍ଭ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଏସବୁ ମଧ୍ୟରେ ଉଚ୍ଛେଦ ସମ୍ପର୍କରେ ବୟାନ ଦେଇ ଭାଜପା ଏମ୍‌ପି ଜିଭିଏଲ ନରସିଂହ ରାଓ ଚର୍ଚ୍ଚାରେ। ସେ ଉଚ୍ଛେଦକୁ ଠିକ ବୋଲି ଦର୍ଶାଇ ଜେସିବିର ଅର୍ଥ ଜିହାଦ ନିୟନ୍ତ୍ରଣ ବୋର୍ଡ ବୋଲି ଟୁଇଟ୍‌ କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ଏହି ଟୁଇଟ୍‌କୁ ଡିଲିଟ କରିଦିଆଯାଇଛି। ତେବେ ଏହି ହିଂସା ଘଟଣାରେ ପୋଲିସ ଏଯାବତ ୨୫ ଜଣଙ୍କୁ ଗିରଫ କରିସାରିଲାଣି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

Share