Advertisement

ଜେସିବି, ମୋରମ୍‌ ବୋଝେଇ ଟ୍ରାକ୍ଟର ଜବତ

ମୋରଡ଼ା,୩୧।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ତହସିଲ ଅଧୀନ କୋହି ପଞ୍ଚାୟତ ପ୍ରତାପଚନ୍ଦ୍ରପୁର ଅଞ୍ଚଳରେ ସୁବର୍ଣ୍ଣରେଖା କେନାଲ ରାସ୍ତା ନିର୍ମାଣ କାମ କରାଯାଉଛି। ଏନେଇ ଏକ ଘରୋଇ ଠିକା ସଂସ୍ଥା ବେଆଇନ ଭାବେ ସରକାରୀ ଜାଗାରୁ ମୋରମ୍‌ ଉତ୍ତୋଳନ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ଖବର ମିଳିଥିଲା। ଏନେଇ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା, ମୋହନପୁର ରାଜସ୍ବ ନିରୀକ୍ଷକ ଏବଂ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ଚଢାଉ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଅଧିକାରାମାନେ ବେଆନ ମୋରମ୍‌ ଚାଲାଣ ଅଭିଯୋଗରେ ଘଟଣାସ୍ଥଳରୁ ଏକ ଜେସିବି ମେଶିନ ସହ ୨ଟି ମୋରମ୍‌ ବୋଝେଇ ଟ୍ରାକ୍ଟର(ନଂ.ଓଡ଼ି୦୯-୦୨୭୨୩ ଏବଂ ଓଡ଼ି୦୯କ୍ୟୁ-୨୭୨୨) ଜବତ କରିଛନ୍ତି। ଜବତ ଟ୍ରାକ୍ଟରକୁ ଚିତ୍ରଡ଼ା ଫାଣ୍ଡିରେ ଜିମା ଦିଆଯାଇଥିବା ତହସିଲଦାର ଅନନ୍ତ କୁମାର ହାଁସଦା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share