Categories: ଜାତୀୟ

ହଠାତ୍‌ ଫାଟିଲା ଜେସିବି ଟାୟାର, ଚାଲିଗଲା ୨ ଜୀବନ

ରାୟପୁର,୫।୫: ଛତିଶଗଡର ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜେସିବି ଟାୟାର୍‌ରେ ପମ୍ପ ଦିଆଯାଉଥିବାବେଳେ ତାହା ହଠାତ୍‌ ଫାଟିବାରୁ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ନାମ ରାଜପାଲ ଏବଂ ପ୍ରାଞ୍ଜନ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଟାୟାର ନିକଟରେ ଥିବା ଉଭୟ କର୍ମଚାରୀ କିଛି ଦୂର ଛିଟିକି ପଡିଥିଲେ। ଏହା ସହିତ ତାଙ୍କ ଶରୀରର କିଛି ଖଣ୍ଡ ମଧ୍ୟ ଚାରିଆଡ଼େ ପଡିଥିଲା। ଏହି ସମୟରେ ଜେସିବି ଟାୟାରଟି ବିକ୍ଷିପ୍ତ ଭାବେ ପଡିଥିଲା।
ସୂଚନାଯୋଗ୍ୟ, ସିଲତରାରେ ଥିବା ଧନକୁନ ଷ୍ଟିଲ୍ସ ପ୍ରାଇଭେଟ ଲିମିଟେଡର ଗ୍ୟାରେଜରେ ଏହି ଭୟଙ୍କର ଘଟଣା ଘଟିଛି। ରାଜପାଲ ଏବଂ ପ୍ରାଞ୍ଜନ ଜେସିବି ଟାୟାରରେ ପମ୍ପ ଭର୍ତ୍ତି କରୁଥିଲେ। ଏହି ସମୟରେ ହଠାତ୍‌ ଟାୟାରଟି ଜୋରରେ ଫାଟିଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି।

Share