Categories: ଜାତୀୟ

ଦୀର୍ଘ ବର୍ଷ ପରେ ଆର୍‌ଜେଡି ସ୍ଥାପନା ଦିବସରେ କର୍ମୀଙ୍କୁ ଉଦ୍‌ବୋଧନ ଦେଲେ ଲାଲୁ

ନୂଆଦିଲ୍ଲୀ,୫ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୋମବାର ତା’ର ୨୫ ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ଦୀର୍ଘ ସମୟ ପରେ ଦଳ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଅସୁସ୍ଥତା ସତ୍ତ୍ୱେ ନୂଆଦିଲ୍ଲୀରୁ ଡିଜିଟାଲ ପ୍ଲାଟଫର୍ମ ଯୋଗେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ସମୟରେ ସେ ମଣ୍ଡଳ ଆନ୍ଦୋଳନ କଥା ଉଠାଇଛନ୍ତି । ଏହି ଅବସରରେ ସେ କର୍ପୁରି ଠାକୁରଙ୍କୁ ମଧ୍ୟ ମନେ ପକାଇଛନ୍ତି । ଲାଲୁ କହିଛନ୍ତି ଆର୍‌ଜେଡିର ଭବିଷ୍ୟତ ଉଜ୍ୱଳ । ମୁଁ ପାଞ୍ଚପାଞ୍ଚ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି ଓ ସହଯୋଗ କରିଛି । ମୁଁ କେନ୍ଦ୍ରମନ୍ତ୍ରୀ ହେବାକୁ ଚାହୁଁ ନ ଥିଲି, ହେଲେ ନୀତୀଶ କୁମାର ବ୍ୟାକୁଳ ଥିବାରୁ ତାଙ୍କୁ ହୁଏତ କୃଷି ମନ୍ତ୍ରୀ କରି ଦିଆଯାଇଥିଲା । ସେହିପରି ବିହାର ଆନ୍ଦାଳନ ସମୟରେ ମୋର ମୃତ୍ୟୁ ଖବର ଗରିବଙ୍କୁ ଶକ୍ତି ଯୋଗାଇଥିଲା । ଆଜି ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଅଯୋଧ୍ୟା ପରେ ଏବେ ମଥୁରା ସ୍ଲୋଗାନ ମୁଣ୍ଡ ଟେକିଛି । ଶାସନ ଗାଦିରେ ବସିବାକୁ ଦେଶକୁ ବିଭାଜିତ କରାଯାଉଛି । ହେଲେ ଦେଶକୁ ମଜଭତ କରିବାକୁ ଆର ଜେଡି କର୍ମୀ କାମ କରନ୍ତୁ ବୋଲି ଲାଲୁ କହିଛନ୍ତି ।

Share