Categories: ଜାତୀୟ

ଜେଡିୟୁ ନେତା କେ.ସି. ତ୍ୟାଗୀଙ୍କ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ,୮ା୬: ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ବିରୋଧୀ ଇଣ୍ଡିଆ ବ୍ଲକ୍‌ ପ୍ରଧାନମନ୍ତ୍ରୀ ପଦ ଯାଚିଥିଲା। ଜେଡିୟୁ ନେତା କେ.ସି. ତ୍ୟାଗୀ ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବା ଅବସରରେ ଏହା କହିଛନ୍ତି।

କେନ୍ଦ୍ରରେ ଏନ୍‌ଡିଏକୁ ତୃତୀୟ ଥର ସରକାର ଗଢ଼ିବାରୁ ରୋକିବା ପାଇଁ ଇଣ୍ଡିଆ ମେଣ୍ଟ ନୀତୀଶଙ୍କୁ ଫେରାଇଆଣିବା ନିମନ୍ତେ ଉଦ୍ୟମ ଚଳାଇଥିବା ଚର୍ଚ୍ଚା ହେଉଥିଲା। ତେବେ ଜେଡିୟୁ ବିରୋଧୀଙ୍କ ସବୁ ଅଫରକୁ ପ୍ରତ୍ୟାଖ୍ୟାନ କରି ଆଗାମୀ ୫ ବର୍ଷ ପାଇଁ ଏନ୍‌ଡିଏ ସହ କାମ କରିବାକୁ ଯୋଜନା କରିଥିବା ତ୍ୟାଗୀ କହିଛନ୍ତି। ଏଥିସହିତ ଏନ୍‌ଡିଏ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରି ନୀତୀଶଙ୍କ ଭାଷଣ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇଛି। ଜେଡିୟୁ ଏନ୍‌ଡିଏରେ ଯୋଗଦେଇଥିବାରୁ ଏଭଳି ରିପୋର୍ଟ ପ୍ରକାଶନ ବନ୍ଦ ହେବା ଆବଶ୍ୟକ ବୋଲି ତ୍ୟାଗୀ କହିଛନ୍ତି।

Share