Categories: ଜାତୀୟ

ଜେଡିଏସି ବିଧାୟକ ଧରିଲେ ପଦ୍ମ…

ନୂଆଦିଲ୍ଲୀ,୧।୪ : ମେ ୧୦ରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅରକଲଗୁଡାର ଜେଡିଏସ ବିଧାୟକ ଏ.ଟି ରାମାସ୍ବାମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ନିକଟରେ ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ଭାଜପାରେ ଯୋଗଦେବା ପରେ ସେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ।

ଭାଜପାରେ ଯୋଗଦେବା ପରେ ରାମାସ୍ବାମୀ କହିଛନ୍ତି, ଶାସକ ଦଳ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ନେଇ ମୁଁ ପ୍ରଭାବିତ ହୋଇଛି। ମୁଁ ଅର୍ଥବଳର ଶିକାର ହୋଇଛି। କାରଣ ମୁଁ ସବୁବେଳେ ଅନିୟମିତତା ଏବଂ ଦୁର୍ନୀତି ବିଷୟରେ କଥାବାର୍ତ୍ତା କରୁଥିଲି। ମୁଁ ବିନା ସର୍ତ୍ତରେ ଭାଜପାରେ ଯୋଗ ଦେଉଛି। ମୁଁ କେବଳ ଲୋକଙ୍କ ସେବା କରିବାକୁ ଏକ ସୁଯୋଗ ଚାହୁଁଛି।

Share