ନୂଆଦିଲ୍ଲୀ,୨୧ା୯: ହିଜାବ ନିଷେଧ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍)ର କର୍ନାଟକ ସଭାପତି ସି.ଏମ୍. ଇବ୍ରାହିମ୍ ଏହାକୁ ଓଢ଼ଣି ସହ ତୁଳନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ମୁଣ୍ଡକୁ ଓଢ଼ଣିରେ ଢାଙ୍କୁଛନ୍ତି। ଏହା କ’ଣ ପିଏଫ୍ଆଇ (ପିପିଲ୍ସ ଫ୍ରଣ୍ଟ ଅଫ୍ ଇଣ୍ଡିଆ)ର ଷଡ଼ଯନ୍ତ୍ର କି ବୋଲି ଇବ୍ରାହିମ୍ ପ୍ରଶ୍ନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ମୁଣ୍ଡରେ ଓଢ଼ଣି ଦେଉଥିଲେ। ମୁଣ୍ଡକୁ ଓଢ଼ଣିରେ ଢାଙ୍କିବା ଭାରତରେ ଏକ ସଂସ୍କାର ବୋଲି ଜେଡିଏସ୍ ନେତା କହିଛନ୍ତି। ସୂଚନାଯୋଗ୍ୟ, ହିଜାବ ବିବାଦ ପଛରେ ପିଏଫ୍ଆଇର ଷଡ଼ଯନ୍ତ୍ର ରହିଥିବା କର୍ନାଟକ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଥିଲା।