Categories: ଜାତୀୟ

ଭାଙ୍ଗିଯାଇପାରେ ଜେଡିୟୁ-ଭାଜପା ମେଣ୍ଟ

ପାଟନା,୮ ।୮: ବିହାରରେ ପୁଣିଥରେ ଜେଡିୟୁ-ଭାଜପା ମେଣ୍ଟ ଭାଙ୍ଗିଯାଇପାରେ । କୁହାଯାଉଛି କି ଦିନେ ଦୁଇଦିନ ମଧ୍ୟରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହୋଇଥିବା ଘୋଷଣା କରିପାରେ । ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଆରଜେଡି, ଲେପ୍ଟ ଫ୍ରଣ୍ଟ ଓ କଂଗ୍ରେସ ସହ ମିଶି ବିକଳ୍ପ ସରକାର ଗଠନ କରିବାକୁ ପ୍ରସ୍ତୁତ ହୋଇପାରେ ।
ଜେଡିୟୁକୁ ଭାଜପା ଭାଙ୍ଗିଦେଇଥିବା ଅଭିଯୋଗ କରିଛି ଦଳ । ନିକଟରେ ଦଳରୁ ଇସ୍ତଫା ଦେଇଥିବା ଜେଡିୟୁ ନେତା ଆରସିପି ସିଂଙ୍କ ମାଧ୍ୟମରେ ଭାଜପା ଉପରେ ଅଭିଯୋଗ ଆଣିଛି । କେବଳ ସେତିକି ନୁହେଁ ନୀତୀଶ କୁମାରଙ୍କ ଦଳର ଅଧିକାଂଶ ବିଧାୟକ ମଧ୍ୟବର୍ତ୍ତି ନିର୍ବାଚନ ଚାହୁଁ ନାହାନ୍ତି । ତେଣୁ ନୀତୀଶ ଆରଜେଡି, ଲେପ୍ଟ ଫ୍ରଣ୍ଟ ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାର ବିକଳ୍ପ ଖୋଜୁଛନ୍ତି ।
କିଛିଦିନ ହେବ ଭାଜପା ସହ ନୀତୀଶଙ୍କ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଆଲୋଚନା ହେଉଛି କି ଖୁବଶୀଘ୍ର ବିହାରରେ ଜେଡିୟୁ-ଭାଜପା ମେଣ୍ଟ ଭାଙ୍ଗିଯାଇପାରେ ।

Share