ଜେଡିୟୁ ବୈଠକରେ ବଡ଼ ଘୋଷଣା, ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ିବେ ନୀତୀଶ ଟିମ୍‌

ନୂଆଦିଲ୍ଲୀ, ୨୯।୦୬: ଦିଲ୍ଲୀରେ ବସିଥିବା ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦଳର ସୁପ୍ରିମୋ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହି ବୈଠକରେ ଲୋକସଭା ନିର୍ବାଚନକୁ ନେଇ ସମୀକ୍ଷା କରାଯିବା ସହ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ଦଳ ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଝାଡ଼ଖଣ୍ଡର ସ଼୍ବାଧୀନ ବିଧାୟକ ସରୟୁ ରାୟ ମଧ୍ୟ ଜେଡିୟୁରେ ସାମିଲ୍‌ ହୋଇପାରନ୍ତି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଜେଡିୟୁ ଝାଡ଼ଖଣ୍ଡ ଶାଖା ସରୟୁ ରାୟଙ୍କ ସମେତ ଅନ୍ୟ କିଛି ନେତାଙ୍କୁ ଦଳରେ ସାମିଲ୍‌ କରିବାକୁ ଦାବି କରିଛନ୍ତି ।

ଅନ୍ୟପଟେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ କିମ଼୍ବା ସ଼୍ବତନ୍ତ୍ର ପ୍ୟାକେଜ୍‌ ମିଳିବା ନେଇ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ର ସରକାରଙ୍କ ନିକଟରେ ଏଥିପାଇଁ ଜେଡିୟୁ ଦାବି ଉପସ୍ଥାପନ କରିବ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି ।

ସୂଚନା ଥାଉକି, ରାଜଧାନୀ ଦିଲ୍ଲୀରେ ବସିଥିବା ଜନତା ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ବୈଠକରେ ସଞ୍ଜୟ ଝାଙ୍କୁ ଦଳ ବଡ଼ ଦାୟିତ଼୍ବ ଦେଇଛି । ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି । ଏନେଇ ନୀତୀଶ କୁମାର ଘୋଷଣା କରିଛନ୍ତି ।

Share