ନୂଆଦିଲ୍ଲୀ,୧୩ ।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ୧୪ ଜାନୁୟାରୀରେ ମଧ୍ୟ ପ୍ରଦେଶରେ ଥିବା ତାଙ୍କ ପୈତୃକ ଗ୍ରାମରେ ଅର୍ଥାତ୍ ହୋଶଙ୍ଗାବାଦରେ କରାଯିବ । ୧୩ ଜାନୁୟାରୀରେ ତାଙ୍କ ପାର୍ଥିକ ଶରୀର ସକାଳ ୧୦ଟାରୁ ଦିଲ୍ଲୀ ସ୍ଥିତ ତାଙ୍କର ଘର ୫ ଏ ୱେଷ୍ଟେଣ୍ଡ ଛତରପୁର ଫାର୍ମରେ ଶେଷ ଦର୍ଶନ ପାଇଁ ରଖାଯିବ । ଶରଦ ଯାଦବଙ୍କ ଝିଅ ଓ ଜ୍ୱାଇଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଲଗାତାର ୧୩ ବର୍ଷ ଜେଡିୟୁର ରାଷ୍ଟୀୟ ଅଧ୍ୟକ୍ଷ ରହିଥିଲେ । ଶରଦ ଯାଦବଙ୍କ ମୃତ୍ୟୁ ଗୁରୁବାର ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ହୋଇଛି । ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ଖବର ପୁଅ ଓ ଝିଅ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ । ସେମାନେ ଲେଖିଥିଲେ, ବାପା ଆଉ ଏ ଦୁନିଆରେ ନାହାନ୍ତି ।