Categories: ଜାତୀୟ

ଜେଡିୟୁ ଏକ ଛୋଟ ଦୋକାନ, କେତେବେଳେ ଆରଜେଡିରେ ହୋଇଯିବ ବିଲୟ: ଭାଜପା…

ନୂଆଦିଲ୍ଲୀ,୧୫।୬ : ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ବିହାର ଭାଜପାର ବରିଷ୍ଠ ନେତାଙ୍କ ଏକ ବୈଠକରେ ପୂର୍ବତନ ରାଜ୍ୟସଭା ଏମପି ସଞ୍ଜୟ ଜୈସୱାଲ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି ନୀତୀଶ ହୁଏତ ବିଧାନସଭା ନିର୍ବାଚନ ବିଷୟରେ କହୁଛନ୍ତି।

ରାଜ୍ୟ ସରକାର ଯେଉଁଭଳି ଭାବରେ ଚାଲୁଛନ୍ତି, କିଛି ଦିନ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ସ୍ଥାନରେ ସିଏମ ହୋଇଯିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଜନତା ଦଳ ୟୁନାଇଟେଡ ଏକ ଛୋଟ ଦୋକାନ। ଏହା କେତେବେଳେ ଆରଜେଡିରେ ବିଲୟ ହୋଇଯିବ ତାହା କାହାକୁ ମଧ୍ୟ ଜଣା ନାହିଁ। ନିଜ ଦୋକାନ କଥା ନ ବୁଝି ନୀତୀଶ ଦେଶର ପରିସ୍ଥିତି ଏବଂ ଆଗୁଆ ଲୋକସଭା ନିର୍ବାଚନ ସମ୍ପର୍କରେ କହିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି।

Share