Categories: ଜାତୀୟ

ଜେଡିୟୁ ମହାସଚିବଙ୍କ ପୁଅ ଭାଜପାରେ ସାମିଲ

ଲକ୍ଷ୍ନୌ,୫ ।୧୨: ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ମହାସଚିବ କେସି ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ଓ ଭାଜପାର ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ବାଜପେୟୀ ଲକ୍ଷ୍ନୌରେ ତାଙ୍କୁୁ ଦଳର ସଦସ୍ୟତା ଦେଇଛନ୍ତି । ଅମରିଶ ତ୍ୟାଗୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ମ୍ୟାନେଜମେଣ୍ଟ ସମ୍ଭାଳି ସାରିଛନ୍ତି । ଭାଜପାର ସଦସ୍ୟତା ଗ୍ରହଣ କରିବା ପରେ ଅମରିଶ କହିଛନ୍ତି ତାଙ୍କ ପରିବାରରେ ଲୋକତାନ୍ତ୍ରିକ ବ୍ୟବସ୍ଥା ରହିଛି ଓ ସେ ଯେକୌଣସି ପାର୍ଟିରେ ସାମିଲ ହେବାର ସ୍ୱାଧିନତା ରହିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଙ୍କ କାମ ତାଙ୍କୁ ପ୍ରେରଣା ଦେଇଥିବାରୁ ସେ ଭାଜପାରେ ଯୋଗ ଦେବାକୁ ସ୍ଥିର କରିଥିବା କହିଛନ୍ତି ।

Share