Categories: ଜାତୀୟ

ଲାଲୁଙ୍କ ଲଣ୍ଠନ ଧରିଲେ ଜେଡିୟୁ ନେତା

ପାଟନା,୩ ।୭: ବିହାର ରାଜନୀତିରେ ଏବେ ବି ସରଗରମ ଲାଗି ରହିଛି । ଶନିବାର ଜନତାଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ପୂର୍ବତନ ବିଧାୟକ ମହେଶ୍ୱର ସିଂ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ରେ ଯୋଗ ଦେଇଛନ୍ତି । ସେ ଶନିବାର ବିବହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ପହଞ୍ଚି ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ତେଜସ୍ୱୀ ଯାଦବ ତାଙ୍କୁ ଦଳର ସଦସ୍ୟତା ଦେଇଛନ୍ତି । ଏହାପରେ ତେଜସ୍ୱୀ କହିଛନ୍ତି ସେ ମୋ ପିତାଙ୍କ ସହଯୋଗୀ ଓ ଦୁଇ ଦୁଇଥର ବିଧାୟକ ରହି ସାରିଛନ୍ତି । ତାଙ୍କର ଯୋଗଦାନ ଦଳକୁ ନିଶ୍ଚିତ ଭାବେ ମଜଭୁତ କରିବ । ଏହି ଅବସରରେ ନୀତୀଶ କୁମାର ସରକାରଙ୍କ ଉପରେ ଭ୍ରଷ୍ଟାଚାରକୁ ନେଇ ବର୍ଷିଛନ୍ତି ତେଜସ୍ୱୀ । ତେବେ ନୀତୀଶ ସରକାରଙ୍କ ସମୟରେ ବିହାରରେ ଆଇନ ବ୍ୟବସ୍ଥା ଭାଙ୍ଗି ପଡିଥିବା ମଧ୍ୟ ସେ କହିଛନ୍ତି ।

Share