Categories: ଜାତୀୟ

ଆସିଲା ବଡ ଅପଡେଟ୍‌: ଏହି ଦିନ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ

ପାଟନା,୨୭।୧: ବିହାରରେ ବର୍ତ୍ତମାନ ରାଜନୈତିକ ତାପମାତ୍ରା ତୀବ୍ର ରହିଛି। ଏ ସମ୍ପର୍କରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଏହି ପରିସ୍ଥିତିରେ ଟିକିଏ ଚିତ୍ର ସ୍ପଷ୍ଟ ହେବା ପରି ଲାଗୁଛ। ଆରଜେଡି ଏବଂ ଜେଡିୟୁ ମଧ୍ୟରେ ଦୂରତା ବୃଦ୍ଧି ପାଇଛି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ ଭାଜପାର ନିକଟତର ହୋଇଛନ୍ତି। ଏଥିସହିତ ବିହାର ରାଜନୀତିକୁ ନେଇ ଶନିବାର ଏକ ବଡ ଖବର ଆସିଛି। ସୂତ୍ର ଅନୁଯାୟୀ, ନୀତୀଶ କୁମାର ରବିବାର ସାରେ ପାଟନାର ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ଏବଂ ଭାଜପା ପାଖରେ ୧୨୮ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ନିଜର ଆଭିମୁଖ୍ୟ ବଦଳାଇ ଭାଜପା ନେତୃତ୍ୱାଧୀନ ଏନଡିଏକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ ଆୟୋଜିତ ଏକ ସମାରୋହରେ ନୀତୀଶ କୁମାର ଅଂଶଗ୍ରହଣ କରିଥିବାବେଳେ ରାଜ୍ୟରେ ରାଜନୈତିକ ଅନିଶ୍ଚିତତା ଉପରେ ଚାଲିଥିବା କଳ୍ପନାଜଳ୍ପନା ଆହୁରି ଅଧିକ ଶକ୍ତିଶାଳୀ ହୋଇଥିଲା, କିନ୍ତୁ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏଥିରେ ଯୋଗ ଦେଇନଥିଲେ।

Share