Categories: ଜାତୀୟ

ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

ମାଧେପୁରା, ୧୩।୮: ବିହାର ମାଧେପୁରା ଜିଲାର ଜଣେ ୫୦ ବର୍ଷୀୟ ଜେଡିୟୁ ନେତାଙ୍କୁ ମଙ୍ଗଳବାର ରାତିରେ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ କହିଛି। ଜେଡିୟୁର ଗହ୍ମାରିଆ ବ୍ଲକ ସଭାପତି ଅଶୋକ ଯାଦବ ଯୋଗବଣି ଗ୍ରାମର ଏକ ଦୋକାନ ପାଖରେ ଛିଡ଼ାହୋଇଥିବାବେଳେ ଦୁଇଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାଦବଙ୍କୁ ସଙ୍ଗେ ସଙ୍ଗେ ସୁପାଉଲ୍‌ ସଦର ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇପାରିନାହିଁ। ହତ୍ୟାର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share