Categories: ଜାତୀୟ

ଆରଜେଡି ମୁଖ୍ୟଙ୍କୁ ଟାର୍ଗେଟ କଲେ ନୀତୀଶଙ୍କ ବିଧାୟକ କହିଲେ , ପାଗଳ ହୋଇଯାଛନ୍ତି ଲାଲୁ

ପାଟନା,୪।୯: ରାହୁଲ ଗାନ୍ଧୀ ଏବଂ ଲାଲୁଙ୍କ ମଟନ ପାର୍ଟି ପରେ ନୀତୀଶ କୁମାରଙ୍କ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଆରଜେଡି ମୁଖ୍ୟଙ୍କୁ ଟାର୍ଗେଟ କରିଛନ୍ତି। ଜେଡିୟୁ ବିଧାୟକ କହିଛନ୍ତି, ଲାଲୁ ପ୍ରସାଦ ଯାଦବ ପାଗଳ ହୋଇଯାଇଛନ୍ତି। ତାଙ୍କ କଥାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ମଣ୍ଡଳ କହିଛନ୍ତି।
ରବିବାର ଗୋପାଳ ମଣ୍ଡଳ କହିଛନ୍ତି ଯେ କାହାର ପରାମର୍ଶରେ କେହି ପ୍ରଧାନମନ୍ତ୍ରୀ ହେବେ ନାହିଁ। ଲାଲୁ ଯାଦବ ଆମର ପୁରୁଣା ନେତା। ସେ ହେଉଛନ୍ତି ପଛୁଆ ଲୋକଙ୍କ ଭଗବାନ। ତାଙ୍କ ନେତୃତ୍ୱରେ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛୁ। କିନ୍ତୁ ବର୍ତ୍ତମାନ ସେ ବୃଦ୍ଧ ହୋଇ କିଡନୀ ପ୍ରତିରୋପଣ କରିଛନ୍ତି। ତାଙ୍କ ମନ ଟିକିଏ ପାଗଳ ହୋଇଯାଇଛି।
ଗୋପାଳ ମଣ୍ଡଳ କହିଛନ୍ତି ଯେ ସେ କହୁ ନାହାଁନ୍ତି ଯେ ରାହୁଲ ଗାନ୍ଧୀ ଯୋଗ୍ୟ ନୁହଁନ୍ତି। ତାଙ୍କର ପୁରା ପରିବାର ପ୍ରଧାନମନ୍ତ୍ରୀ ହୋଇଆସୁଛନ୍ତି, କିନ୍ତୁ ଲାଲୁ ଯାଦବଙ୍କ ପରାମର୍ଶରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ନାହିଁ। ନ୍ୟୁଜ ଏଜେନ୍ସି ଏଏନଆଇ ଜେଡିୟୁ ବିଧାୟକଙ୍କ ବୟାନର ଏକ ଭିଡିଓ ଜାରି କରିଛି।
ଗୋପାଳ ମଣ୍ଡଳ ମଧ୍ୟ ଲାଲୁ ଯାଦବଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବୃଦ୍ଧାବସ୍ଥାରେ ମନୁଷ୍ୟର ମନ ଅସ୍ଥିର ହୋଇଯାଏ । ଆପଣ ଦେଖିଥିବେ, ଅଟଳ ଜୀଙ୍କୁ ରାଜନୀତିରୁ ବାଦ ଦିଆଯାଇଥିଲା ।

Share