Categories: ଜାତୀୟ

ଅନ୍ତଃବସ୍ତ୍ର ପିନ୍ଧି ଟ୍ରେନ୍‌ ଭିତରେ ବୁଲିଲେ ବିଧାୟକ: ଆଉ ତା’ପରେ

ପାଟନା,୩।୯: ବିହାରର ଶାସକ ଦଳ ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ଏଭଳି କାର୍ଯ୍ୟ କରିଛନ୍ତି ଯେ ଲୋକେ ତାଙ୍କୁ ଗାଳି ଦେବାକୁ ପଛାଉନାହାନ୍ତି। ଆଜିକାଲି ତାଙ୍କର ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିଧାୟକ କେବଳ ଅନ୍ତଃବସ୍ତ୍ର ପୋଷାକରେ ଦେଖାଯାଉଛନ୍ତି। ଭାଇରାଲ ହୋଇଥିବା ଫଟୋ ପାଟନା ଠାରୁ ନୂଆଦିଲ୍ଲୀ ତେଜସ ରାଜଧାନୀ ଏକ୍ସପ୍ରେସର ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଗୋପାଳ ଟ୍ରେନର କୋଚ ଏ -୧ ରେ ଯାତ୍ରା କରୁଥିଲେ। ଟ୍ରେନ ପାଟନା ଛାଡିବା ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା, କିନ୍ତୁ ଟ୍ରେନ କୋଇଲଭର୍‌ ପାର ହେବା ମାତ୍ରେ ବିଧାୟକ ଅନ୍ତଃବସ୍ତ୍ର ଏବଂ ଗଞ୍ଜି ପିନ୍ଧି ଟ୍ରେନ ଭିତରେ ବୁଲିବା ଆରମ୍ଭ କଲେ। ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି କାର୍ଯ୍ୟ ପାଇଁ ବିଧାୟକଙ୍କୁ ବାରଣ କରିଥିଲେ। ବିଧାୟକ କିନ୍ତୁ ଯାତ୍ରୀଙ୍କ ସହ ଅସଦାଚରଣ କରି ସେମାନଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ବିଧାୟକଙ୍କ ସହିତ ଆଉ ଦୁଇଜଣ ଲୋକ ଯାତ୍ରା କରୁଥିଲେ। ସେ ପ୍ରଥମେ କିଛି କହି ନ ଥିଲେ, କିନ୍ତୁ ଯେତେବେଳେ ମାମଲା ବଢିବାରେ ଲାଗିଲା ସେତେବେଳେ ସେ ଏଥିରେ ହସ୍ତକ୍ଷେପ କରିବାକୁ ଆସିଥିଲେ। ପରିଶେଷରେ, ଟିଟିଇଏବଂ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଜିଆରଏଫ ଇନ୍ସପେକ୍ଟର ଅଶୋକ କୁମାର ଦୁବେ କହିଛନ୍ତି ଯେ, ଉଭୟ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦିଆଯାଇ ନାହିଁ।

Share