Categories: ଜାତୀୟ

‘ନୀତିଶ କୁମାରଙ୍କ ବିରୋଧରେ ଷଡ଼ଯନ୍ତ୍ର’

ପାଟନା,୭।୮: ବିହାରରେ ରାଜନୀତି ସରଗରମ ହୋଇଛି। ଅଗଷ୍ଟ ୬ରେ ଆରସିପି ସିଂ ଜେଡିୟୁ ଛାଡିବା ପରେ ଏବେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଅଣାଯାଇଛି। ରବିବାର ଜେଡିୟୁ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଜେଡିୟୁ ନେତା ଲଲନ ସିଂ କହିଛନ୍ତି, ଆରସିପି ସିଂ ଦଳ ବିଷୟରେ କିଛି ଜାଣନ୍ତି ନାହିଁ। ତାଙ୍କର କୌଣସି ଜ୍ଞାନ ନାହିଁ। ସେ କେବେବି ସଂଗ୍ରାମ କରିନାହାଁନ୍ତି। ସେ କେବଳ କ୍ଷମତାର ସହଯୋଗୀ ଥିଲେ। ଯେଉଁମାନେ କହୁଛନ୍ତି, ଜେଡିୟୁ ବୁଡ଼ିଯିବ। ସେମାନେ ହିଁ ପ୍ରଥମେ ଛାଡି ଯାଆନ୍ତି। ଜେଡିୟୁ ବୁଡ଼ି ଯାଉଥିବା ଜାହାଜ ନୁହେଁ, ଏହା ଏକ ଦୌଡୁଥିବା ଜାହାଜ। ଆଗାମୀ ସମୟ ଏହା କହିବ। ନୀତିଶ କୁମାରଙ୍କ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଉଛି। ୨୦୨୦ ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ବିଷୟରେ ଏକ ଷଡଯନ୍ତ୍ର କରାଯାଇଥିଲା। ଚିରାଗ ମଡେଲ ହିତ କ’ଣ ହେଲା ସମସ୍ତେ ଜାଣନ୍ତି। ସେହିଭଳି ଅନ୍ୟ ଏକ ମଡେଲ ପ୍ରସ୍ତୁତ କରାଯାଉଛି।
ଭାଜପାର ନାମ ନ ନେଇ ଲଲନ ସିଂ ଟାର୍ଗେଟ କରିଥିଲେ। ଏହି ଷଡଯନ୍ତ୍ର କିଏ କରୁଛି, ତାହା ସମସ୍ତେ ଜାଣନ୍ତି। ଯେତେବେଳେ ସମୟ ଆସିବ, ମୁଁ ଆପଣଙ୍କୁ ଖୋଲାଖୋଲି କହିବି ବୋଲି ସେ କହିଛନ୍ତି।

Share