Categories: ଜାତୀୟ

ଡାକ୍ତର ବଳାତ୍କାର-ହତ୍ୟା ଘଟଣାରେ ମମତାଙ୍କ ଉପରେ ବର୍ଷିଲା ଜେଡିୟୁ, କହିଲେ ମରିଯାଇଛି…

କୋଲକାତା,୧୬।୮: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଜନୀତି ସରଗରମ ରହିଛି। ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ ଭବନରେ ପହଞ୍ଚିଥିଲେ। ହେଲେ ଏଠାରେ ସେ ଚା’ପାର୍ଟି ପରେ ସେ ଭାଜପା ଏବଂ ବାମପନ୍ଥୀ ଦଳକୁ ଟାର୍ଗେଟ କରିଛନ୍ତି।

ତାଙ୍କର ଏହି ବିବୃତ୍ତି ଉପରେ ଜେଡିୟୁ ନେତା କେସି ତ୍ୟାଗୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କାଉଣ୍ଟର କରିଛନ୍ତି। ସେ କହିଛନ୍ତି , ମମତାଙ୍କର ନାରୀ ସମ୍ବେଦନଶୀଳତା ମରିଯାଇଛି। ମମତାଙ୍କ ବୟାନକୁ ଯେତେ ନିନ୍ଦା କରାଯିବ ସେତେ କମ୍‌ ହେବ। ସେ ଆଉ ମୁଖ୍ୟମନ୍ତ୍ରୀଙ୍କ ପରି ଏକ ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଯୋଗ୍ୟ ନୁହଁନ୍ତି, ତାଙ୍କର ନାରୀ ସମ୍ବେଦନଶୀଳତା ମରିଯାଇଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଭଙ୍ଗାରୁଜା ଘଟଣାରେ ବିରୋଧୀ ଦଳର ସମ୍ପୃକ୍ତି ଥିବା ଅଭିଯୋଗ କରି ସେ କହିଛନ୍ତି, ମୁଁ ଛାତ୍ରମାନଙ୍କୁ ଦାୟୀ କରିବି ନାହିଁ। ବାମ ଏବଂ ରାମ ଏକାଠି ହୋଇ ଏହି ଘଟଣା ଭିଆଇଛନ୍ତି। ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ତଥାପି ଆମେ କହୁଛୁ ଫାଶୀ ହେବା ଉଚିତ। ମୁଁ ଏବଂ ବଙ୍ଗଳାବାସୀ ପୀଡିତାଙ୍କ ପରିବାର ସହିତ ଅଛନ୍ତି। ଏହା ଏକ ବଡ ଅପରାଧ, ଏହାର ଏକମାତ୍ର ଦଣ୍ଡ ହେଉଛି ମୃତ୍ୟୁଦଣ୍ଡ, ଯଦି ଅପରାଧୀକୁ ଫାଶୀ ଦିଆଯାଏ ତେବେ ଲୋକମାନେ ଏଥିରୁ ଶିକ୍ଷା ଗ୍ରହଣ କରିବେ କିନ୍ତୁ କୌଣସି ନିରୀହ ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବା ଉଚିତ ନୁହେଁ।

Share