Categories: ଜାତୀୟ

ଭାଜପାରେ ମିଶିଲେ ଜେଡିୟୁର ୬ ବିଧାୟକ

ପାଟନା,୨୫।୧୨-ନୀତିଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ (ଜେଡିୟୁ)କୁ ଲାଗିଛି ଶକ୍ତ ଝଟକା। ଦଳର ୬ ଜଣ ବିଧାୟକ ଭାଜପାରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୭ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ଦଳ ଛାଡି ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରେ ସାମିଲ ହୋଇଥିବା ବିଧାୟକମାନେ ହେଲେ, ରାମଗାଙ୍ଗ ବିଧାନସଭା ଆସନରୁ ତାଳିମ ତବୋହ, ଚାୟୋଙ୍ଗତାଜରୁ ହେୟେଙ୍ଗ ମଙ୍ଗଫି, ତାଳିରୁ ଜିକ୍କେ ତକୋ, କଲାକ୍ତଙ୍ଗରୁ ଦୋରଜୀ ଓ୍ବାଙ୍ଗଡି ଖର୍ମା, ବୋମିଡିଳାରୁ ଡୋଙ୍ଗେରୁ ସିୟାନଜୁ ଏବଂ ମାରିୟାଙ୍ଗ-ଗେକୁରୁ ନିର୍ବାଚିତ ହୋଇଥିବା କାଙ୍ଗଙ୍ଗୋଗ ଟାକୁ ।

Share