Categories: ଜାତୀୟ

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି ନୀତୀଶ!

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏକୁ ବହୁମତ ମିଳିଥିବା ବେଳେ ଏବେ ସେ ସରକାର ଗଠନ କରିବାକୁ ଯାଉଛି । ହେଲେ ନୀତୀଶ କୁମାର ଏଥର ମୁଖ୍ୟମନ୍ତ୍ରୀ ହେବାରୁ ଅରାଜି ଅଛନ୍ତି । ତାଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଭଲ ପ୍ରଦର୍ଶନ କରି ନ ଥିବାରୁ ସେ ଏଥର ମୁଖ୍ୟମନ୍ତ୍ରୀ ହେବାକୁ କୁଆଡେ ରାଜି ହେଉ ନ ଥିଲେ । ହେଲେ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ବହୁ ବୁଝାସୁଝା କରିବା ପରେ ନୀତୀଶ କୁଆଡେ ମୁଖ୍ୟମନ୍ତୀ ଆସନରେ ବସିବାକୁ ରାଜି ହୋଇଛନ୍ତି । ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ନୀତୀଶ ଏଥର ମୁଖ୍ୟମନ୍ତ୍ରୀ ହେବାକୁ ଅରାଜି ହେବାରୁ ଭାଜପାର ବରିଷ୍ଠ ନେତାମାନେ ତାଙ୍କୁ ରାଜି କରାଇଛନ୍ତି । ଏହାସହ ଭାଜପାନେତା ପ୍ରତିଶୃତି ଦେଇଛନ୍ତି ସେ ପୂର୍ବଭଳି ପୂର୍ଣ୍ଣ ସ୍ୱାଧିନତାର ସହ ଶାସନ କରିବେ । ଏହାପରେ ନୀତୀଶ ବିହାରବାସୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

Share