Categories: ଜାତୀୟ

ୟୁପିରେ ଏସ୍‌ପି ସହ ମେଣ୍ଟ କରିବ ଜେଡିୟୁ

ପାଟନା,୧୨।୩: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ମହିଳା ଦିବସ ସହ-ହୋଲି ମିଳନ ସମାରୋହ କାର୍ଯ୍ୟକ୍ରମରେ ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏକ ବଡ଼ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ଆସନ୍ତା ଲୋକ ସଭା ନିର୍ବାଚନରେ ଦଳ ସମାଜବାଦୀ ପାର୍ଟି (ଏସପି) ମେଣ୍ଟ କରିବ। ଜେଡିୟୁ ଉତ୍ତରପ୍ରଦେଶରେ ଏହାର କାର୍ଯ୍ୟ କମିଟିକୁ ମଜଭୁତ କରିବ। ଜେଡିୟୁ ଉତ୍ତରପ୍ରଦେଶରେ ଏକ ସଦସ୍ୟତା ଡ୍ରାଇଭ ଆରମ୍ଭ କରିବ ଏବଂ ପ୍ରାୟ ପାଞ୍ଚ ଲକ୍ଷ ସଦସ୍ୟ ଏଥିରେ ଯୋଗ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ଲଲନ ସିଂ କହିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭାରେ ବିହାରରେ ଥିବା ସହଯୋଗୀ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସହିତ ଶାସକ ଜେଡିୟୁର କୌଣସି ନିର୍ବାଚିତ ପ୍ରତିନିଧୀ ନାହାଁନ୍ତି।

Share