Categories: ଜାତୀୟ

ଆରଜେଡିରେ ବିଲୟ ହେବ ଜେଡିୟୁ: ସୁଶୀଲ ମୋଦି..

ପାଟନା,୨୦।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ଦାବି କରିଛନ୍ତି ଜେଡିୟୁ ବିଲୟ ଆରଜେଡିରେ ହେବ । ଜେଡିୟୁରେ ଏବେ ଆଶା ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛନ୍ତି। ତେଣୁ ତାଙ୍କ ଦଳର ବିଲୟ ଆରଜେଡି ସହିତ ନିଶ୍ଚିତ ହୋଇଛି। ଜେଡିୟୁର ୬ରୁ ଅଧିକ ଏମପି ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଆରଜେଡି ସହିତ ବିଲୟ ହେବାର ଆଶଙ୍କା ମଧ୍ୟରେ ସେମାନେ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ମଣୁ ନାହାନ୍ତି।

ଜୁନ ୨୩ ରେ ପାଟନାରେ ହେବାକୁ ଥିବା ବିରୋଧୀଙ୍କ ସାଧାରଣ ସଭା ସମ୍ପର୍କରେ ସୁଶୀଲ ମୋଦି କହିଛନ୍ତି , ଏସବୁ ଦଳଗୁଡ଼ିକର ଜନସାଧାରଣ ଲୋକଙ୍କ ସହ କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯଦିଓ ଏହି ସବୁ ଦଳ ବିରୋଧୀ ଏକତା ବିଷୟରେ କହୁଛନ୍ତି, କିନ୍ତୁ ଯେତେବେଳେ ରାଜ୍ୟର ଅନ୍ୟ ଦଳମାନଙ୍କୁ ସେମାନଙ୍କ ପ୍ରଭାବରେ ଆସନ ଦେବା କଥା ଉଠିବ ସେତେବେଳେ ସେମାନଙ୍କର ବାସ୍ତବତା ସାମ୍ନାକୁ ଆସିବ। ଗୋଟିଏ ପଟେ ସେମାନେ ବିରୋଧୀ ଏକତା ବିଷୟରେ କହୁଛନ୍ତି, ଅନ୍ୟପଟେ ବିରୋଧୀ ଦଳ ପରସ୍ପରକୁ ଦୁର୍ବଳ କରିବା ପାଇଁ କୌଣସି ସୁଯୋଗ ହାତ ଛଡା କରୁ ନାହାନ୍ତି। ଗଣତନ୍ତ୍ର ଏବଂ ସମାଜ ସହିତ ସେମାନଙ୍କର ସମ୍ପର୍କ ନାହିଁ ।

Share