ପାଟନା: ବର୍ତ୍ତମାନ ସମୟରେ ଲୋକଙ୍କ ଆରାମଦାୟକ ପୋଷାକ ହେଉଛି ଜିନ୍ସ, ଟି-ଶାର୍ଟ, ଯାହା ଅଧିକାଂଶ ଲୋକଙ୍କ ପସନ୍ଦ ଥିବାବେଳେ ତାକୁ ପିନ୍ଧି ଲୋକେ କୌଣସି ବି ସ୍ଥାନକୁ ଯାତ୍ରା କରିଥାନ୍ତି। ହେଲେ ବିହାର ସାରନ ଜିଲାରେ ମାଜିଷ୍ଟ୍ରେଟ୍ ସରକାରୀ ଚାକିରି କରିଥିବା ଲୋକଙ୍କ ପାଇଁ ଜିନ୍ସ ଟି-ଶାର୍ଟ ବ୍ୟାନ କରିଛନ୍ତି। ଅଫିସରେ କାର୍ଯ୍ୟରତ ଥିବାବେଳେ ସେମାନେ ଫର୍ମାଲ ପୋଷାକ ପରିଧାନ ସହ ବେକରେ ପରିଚୟ ପତ୍ର ଧାରଣ କରିବେ। ଯଦି କେହି ଏହି ନିୟମ ବିରୋଧରେ ଯିବ, ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଅନ୍ୟପଟେ ମହାରାଷ୍ଟ୍ରର ସରକାରୀ ଅଫିସରମାନଙ୍କ ପାଇଁ ଜିନ୍ସ ପିନ୍ଧିବାକୁ ଅନୁମତି ଥିବାବେଳେ ଟି-ଶାର୍ଟ ବ୍ୟାନ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ପୂର୍ବରୁ ଅନେକ ଥର ଏପରି କିଛି ନିୟମ ଲାଗୁ କରିଥିବା ଜଣାପଡିଛି।