Categories: ଜାତୀୟ

ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ, ଶିଶିର-ତନିଷ୍କା ଟପ୍ପର…

ନୂଆଦିଲ୍ଲୀ, ୧୧।୯ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ବମ୍ବେ ପକ୍ଷରୁ ଜେଇଇ ଆଡଭାନ୍ସ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଆଇଆଇଟି ଜେଇଇ ଟପ୍ପରଙ୍କ ନାମ ମଧ୍ୟ ଅନୁଷ୍ଠାନ ଦ୍ୱାରା ପ୍ରକାଶ ପାଇଛି। ଆଇଆଇଟି ବମ୍ବେ ଜୋନର ଆର.କେ ଶିଶିର ତାଲିକାରେ ଶୀର୍ଷରେ ରହିଛନ୍ତି, ତା’ପରେ ଆଇଆଇଟି ଦିଲ୍ଲୀ ଜୋନର ତନିଷ୍କା କାବରା, ଝିଅମାନଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି।

ଅପରପକ୍ଷରେ, ଆର.କେ ଶିଶିରଙ୍କ ପରେ ପୋଲୁ ଲକ୍ଷ୍ମୀ ସାଇ ଲୋହିତ ରେଡ୍ଡୀ ଏବଂ ଥୋମାସ ବିଜୁ ଚିରାମଭେଲିଲ ସିଆରଏଲ ର଼୍ୟାଙ୍କ-୨ ହାସଲ କରିଛନ୍ତି। ସିଆରଏଲ ର଼୍ୟାଙ୍କ-୪ରେ ଭଙ୍ଗାପାଲ୍ଲୀ ସାଇ ସିଦ୍ଧାର୍ଥ ଏବଂ ସିଆରଏଲ ର଼୍ୟାଙ୍କ-୫ ରେ ମାୟଙ୍କ ମୋଟୱାନି ରହିଛନ୍ତି। ଚଳିତ ବର୍ଷ ପରୀକ୍ଷା ପାଇଁ ମୋଟ ୧୬୦୦୩୮ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ ଏବଂ ୧୫୫୫୩୮ ଜଣ ଉଭୟ ପେପର ଦେଇଥିଲେ। ସେଥିମଧ୍ୟରୁ ୪୦୭୧୨ ଜଣ ପ୍ରାର୍ଥୀ କ୍ୱାଲିଫାଏ କରିଛନ୍ତି।

ଶିଶିର ପୂର୍ଣ୍ଣ ସଂଖ୍ୟା ୩୬୦ରୁ ୩୧୪ ନମ୍ବର ରଖିଛନ୍ତି। ସେହିପରି ତନିଷ୍କା ୩୬୦ରୁ ୨୭୭ ହାସଲ କରିଛନ୍ତି।

ପ୍ରାର୍ଥୀମାନେ jeeadv.ac.in ରେ ଜେଇଇ ଆଡଭାନ୍ସର ଅଫିସିଆଲ ସାଇଟରେ ଫଳାଫଳ ଯାଞ୍ଚ କରିପାରିବେ।

Share