Categories: ଜାତୀୟ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮ା୬: ରବିବାର ପୂର୍ବାହ୍ନରେ ଜେଇଇ ଆଡଭାନ୍ସ-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ମୋଟ୍‌ ୧ ଲକ୍ଷ ୮୦ ହଜାର ୩୭୨  ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୩ ହଜାର ୩୭୩ ଜଣ ପାସ୍‌ କରିଛନ୍ତି। ଏମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ୭ ହଜାର ୫୦୯ ଥିବା ବେଳେ କମନ ର଼୍ୟାଙ୍କ ଲିଷ୍ଟରେ ଛାତ୍ର ବର୍ଗରେ ଆଇଆଇଟି ହାଇଦ୍ରାବାଦ ଜୋନର ବବିଲାଲା ଚିଦବିଳାସ ରେଡ୍ଡୀ ଟପ୍ପର ହୋଇଛନ୍ତି। ସେ ୩୬୦ ମାର୍କରୁ ୩୪୧ ମାର୍କ ରଖିଛନ୍ତି। ସେହିପରି ଛାତ୍ରୀ ବର୍ଗରେ ଆଇଆଇଟି ହାଇଦ୍ରାବାଦ ଜୋନ୍‌ର ନ୍ୟାୟକାନ୍ତି ନାଗା ଭାଗ୍ୟଶ୍ରୀ ଟପ୍ପର ହୋଇଛନ୍ତି। ସାଧାରଣ ବର୍ଗରେ ୩୯ ହଜାର ୧୭୬ ଜଣ ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୮୨୮ ପିଲା ପାସ୍‌ କରିଛନ୍ତି । ଓବିସି ଏନ୍‌ସିଏଲ ବର୍ଗରେ ୬୬ ହଜାର ୬୧୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କରିଛନ୍ତି ୯ ହଜାର ୨୯ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ସାଧାରଣ ଇଡବ୍ଲ୍ୟୁଏସ୍‌ ବର୍ଗରେ ୩୦ ହଜାର ୩୪୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ ହଜାର ୩୬୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି।

Share