ଜେଇଇ ଆଡଭାନ୍ସଡ୍‌ ସ୍ଥଗିତ

ନୂଆଦିଲ୍ଲୀ, ୨୭।୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁଲାଇ ୩ରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ୍‌କୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ସମ୍ପର୍କରେ ପରେ ଜଣାଇ ଦିଆଯିବ ବୋଲି ବୁଧବାର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) ଖଡଗପୁର ପକ୍ଷରୁ ଘୋଷଣା କରାଯାଇଛି। ଜେଇଇ (ଆଡଭାନ୍ସଡ୍‌) ପାଇଁ ଗଠିତ ୩ ଜଣିଆ କମିଟିର ବୈଠକ ଗତ ଏପ୍ରିଲରେ ଖଡ଼ଗପୁର ଆଇଆଇଟିରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରୀକ୍ଷା ପରିଚାଳନା ଲାଗି କୋଭିଡ୍‌-୧୯ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା। କରୋନା ଦ୍ୱିତୀୟ ଲହରକୁ ନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏପ୍ରିଲ୍‌ ଓ ମେ’ରେ ହେବାକୁ ଥିବା ଜେଇଇ ମେନ୍‌କୁ ସ୍ଥଗିତ ରଖିଥିଲେ। ଏହି ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ତାରିଖ ବଦଳାଇବା ଆବଶ୍ୟକ ବୋଲି କମିଟି ଅନୁଭବ କରିଥିଲା।

Share