JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮) ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। କୋଟାରେ ଚଳିତ ବର୍ଷର ଏହା ୧୦ମ ଆତ୍ମହତ୍ୟା ମାମଲା। ମୃତକ ଜଣକ କାନପୁରର ଉଜ୍ୱଳ ମିଶ୍ରା ହୋଇଥିବାବେଳେ େ ଗ ବର୍ଷେ ହେବ କୋଟାର ରାଜୀବ ନଗର ଅଞ୍ଚଳରେ ରହି ଏ କୋଚିଂ ଇନଷ୍ଟିଟ୍ୟୁଟ ଜରିଆରେ ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଆସନ୍ତା ଏପ୍ରିଲ ୨ରେ ହେବାକୁ ଥିବା ଜଇଇ-ମେନ୍‌ ପରୀକ୍ଷା ପାଇଁ ଲକ୍ଷ୍ମୌଠାରେ ତାଙ୍କର ସେଣ୍ଟର ପଡ଼ିଥିଲା। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Share