Categories: ଜାତୀୟ

ଏପ୍ରିଲ, ମେ’ରେ ଜେଇଇ ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ,୨।୩: ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ ଜେଇଇ ମେନ୍‌ ପରୀକ୍ଷା ଏପ୍ରିଲ, ମେ’ରେ ହେବ। ଏ ନେଇ ନ୍ୟାସ୍‌ନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଦୁଇଟି ପଯର୍‌ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୧୬ରୁ ୨୧ପର୍ଯ୍ୟନ୍ତ ହେବ। ସେହପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ’୨୪ରୁ ୨୯ ପଯର୍‌ୟନ୍ତ ହେବ। ମାର୍ଚ୍ଚ ୧ରୁ ଅନ୍‌ମୋଡରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଆବେଦନ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ ।
ଯେଉଁ ଛାତ୍ରୀଛାତ୍ରମାନେ ୨୦୨୦, ୨୦୨୧ରେ ଦ୍ୱାଦଶ ପରୀକ୍ଷା ଦେଇସାରିଛନ୍ତି କିମ୍ବା ୨୦୨୨ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବେ, ସେମାନେ ଜେଇଇ ପାଇଁ ଆବେଦନ କରିପାରିବେ।

Share