‘ଜି ଲେ ଜରା’ରୁ ବାହାର ହୋଇନାହାନ୍ତି ପିସି, ଆସନ୍ତା ବର୍ଷ ହେବ ଶୁଟିଂ

ବମ୍ବେ: ଘୋଷଣା ପରଠାରୁ ଚର୍ଚ୍ଚାରେ ଫିଲ୍ମ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଲଗାତାର ଭାବେ ଏହାର ଷ୍ଟାରକାଷ୍ଟରେ ପରିବର୍ତ୍ତନ କରାଯାଉଥିବା ବେଳେ ଏବେ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।

ଫରହାନ ଅଖତର ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ହେବ। ପୂର୍ବରୁ ଅନେକ ରିପୋର୍ଟରେ ପ୍ରିୟଙ୍କା ବାହାର ହୋଇଥିବା କୁହାଯାଉଥିଲା। ହେଲେ ତାହା ହୋଇନାହିଁ ବୋଲି ପ୍ରଯୋଜକ ରିମା କାଗଟି ସ୍ପଷ୍ଟ କରିଛନ୍ତି।

Share