ଜେଇଇ ମେନ୍‌ -୨: ମାର୍ଚ୍ଚ ୧୨ରେ ସରିବ ଆବେଦନ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୨୩ର ଦ୍ୱିତୀୟ ସେସନ ବା ସେସନ-୨ ଏପ୍ରିଲ ୬ରୁ ୧୨ ମଧ୍ୟରେ ଅନୁଷ୍ଠିତ ହେବ। ଭାରତ ସମେତ ଦେଶ ବାହାରର ୧୭ ସହରରେ ପରୀକ୍ଷା କେନ୍ଦ୍ର ରହିବ। ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୨ରେ ଏହି ଆବେଦନ ପ୍ରକ୍ରିୟା ଶେଷ ହେବ। ତେବେ କେବେ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ ହେବ ଓ କେବେ ରେଜଲ୍ଟ ପ୍ରକାଶ ପାଇବ ସେନେଇ ଖୁବ୍‌ଶୀଘ୍ର ଜେଇଇ ମେନ୍‌ ପୋର୍ଟାଲରେ ସୂଚନା ଦିଆଯିବ ବୋଲି ଏନ୍‌ଟିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜେଇଇ ମେନ୍‌ ସେସନ-୧ରେ ରେକର୍ଡ ସଂଖ୍ୟକ ୯୫.୮୦% ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ୧୩ଟି ଭାଷାରେ ଅନୁଷ୍ଠିତ ହୋଇଥିଲା। ଗତ ୭ ତାରିଖରେ ଏହାର ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୨୦ଜଣ ଛାତ୍ରୀଛାତ୍ର ୧୦୦ ପର୍ସେଣ୍ଟାଇଲ ସ୍କୋର୍‌ ରଖିଥିଲେ। ତେବେ ସେସନ-୨ ପରୀକ୍ଷା ସରିବା ପରେ ଦୁଇଟି ସେସନର ସ୍କୋର୍‌କୁ ଆଧାର କରି ରେଜଲ୍ଟ ପ୍ରକାଶ କରାଯିବ। ଏହି ରେଜଲ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୨.୬ ଲକ୍ଷ ଛାତ୍ରୀଛାତ୍ର ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଜେଇଇ ଆଡଭାନ୍ସଡ୍‌ରେ ଯେଉଁମାନେ ମନୋନୀତ ହେବେ ସେମାନେ ଦେଶର ୨୩ଟି ଆଇଆଇଟିରେ ଇଞ୍ଜିନିୟରିଂ ନାମ ଲେଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

ଖୋର୍ଦ୍ଧା,୧୭।୧୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏକରିକି ସରକାରୀ...

ଲକ୍ଷ୍ମୀ ବସ୍‌ର ମନମାନିକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

ପୁରୁଷୋତ୍ତମପୁର,୧୭ା୧୧(ସୀମାଞ୍ଚଳ ମିଶ୍ର): ଲକ୍ଷ୍ମୀ ବସ୍‌ ମନୋମୁଖୀ ଚଳାଚଳ କରୁଥିବାର ଅଭିଯୋଗ କରି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଯଦ୍ବାରା ଆସନ୍ତା ୨୦...

କିଏ ଏହି କୁନିବାବା? ଯାହାଙ୍କ ବେକରେ ଫୁଲମାଳ, ପାଦତଳେ ତୁଳସୀ

ଭୁବନେଶ୍ୱର,୧୭ା୧୧: ସୋସିଆଲ ମିଡିଆରେ ଜଣେ ନାବାଳକଙ୍କ ବେକରେ ଫୁଲମାଳ ଏବଂ ପାଦତଳେ ତୁଳସୀ ଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଲୋକଙ୍କ...

ବାଣୀବିହାର ରେଳଧାରଣା କଡ଼ରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

ଭୁବନେଶ୍ୱର,୧୭ା୧୧: ବାଣୀବିହାର ରେଳଧାରଣା କଡ଼ରୁ ରବିବାର ଏକ କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ।  ସ୍ଥାନୀୟ ଲୋକେ ମୃତଦେହ ଦେଖି ଜିଆର୍‌ପିକୁ ଖବର ଦେଇଥିଲେ। ଜିଆର୍‌ପି...

ପିଲାଙ୍କୁ ନ ବାଣ୍ଟି ଡମ୍ପିଂୟାର୍ଡରେ କିଏ ଫିଙ୍ଗିଲା ସ୍କୁଲ ଡ୍ରେସ୍‌ ଆଉ ଜୋତା? ତଦନ୍ତ ଦାବି କରି…

କୋରାପୁଟ,୧୭ା୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ,...

ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ନିଆଁ, ଦାମ୍‌ ରହିଛି…

ଭୁବନେଶ୍ୱର,୧୭ା୧୧: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଶନିବାର ପଡ଼ିଥିଲା ଛାଡ଼ଖାଇ। ମାତ୍ର ଏହି ଦିନ ସଂକ୍ରାନ୍ତି ପଡ଼ିଥିବାରୁ ଛାଡ଼ଖାଇ ଫିକା ପଡ଼ିଯାଇଥିଲା। ଯେଉଁଥିପାଇଁ ଲୋକେ...

ପହିଲି ଶୀତରେ ପହିଲି ପର୍ଯ୍ୟଟକ: ଭୋଜି ପାଇଁ ଲଗାଇଲେ ଭିଡ଼, ବୁଲିଲେ କଫି ବଗିଚା

ଦାରିଙ୍ଗବାଡ଼ି,୧୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଯେମିତି ତାପମାତ୍ରା କମିବାରେ ଲାଗିଛି ସେହିଭଳି ଶୀତ ମଧ୍ୟ ଧୀରେ ଧୀରେ ସ୍ପର୍ଶ କରିବାରେ ଲାଗିଛି। ଏହାର ମଜା...

ଗୀତ ଅଧାରୁ ଷ୍ଟେଜ୍‌ରୁ ଓହ୍ଲାଇ ପଡ଼ିଲେ ବାଲିଯାତ୍ରା ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଅସୀମା ପଣ୍ଡା

କଟକ,୧୭।୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସଙ୍ଗୀତ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ହେଲେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିବା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri