ଜେଇଇ ମେନ ଅନଲାଇନ ଫର୍ମପୂରଣ ତାରିଖ ବଢିଲା

 

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜେଇଇ ମେନ ପାଇଁ ଅନଲାଇନ୍‌ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି । ଜେଇଇ ମେନ ସେକ୍ସନ-୧ ପାଇଁ ଏପ୍ରିଲ ୧୮ ତାରିଖରୁ ଅନଲାଇନ ଫର୍ମପୂରଣ ପୁଣି ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଅନଲାଇନ ଫର୍ମପୂରଣ କରିହେବ । ୨୫ ତାରିଖ ରାତି ୧୧ଟା ୫୦ ମଧ୍ୟରେ ଆବେଦନ ଫି’ ଦାଖଲ କରିବାକୁ କୁହାଯାଇଛି ।
ଜୁନ ୨୦ରୁ ୨୯ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ ’jeemain.nta.nic.in’ ରେ ଆବେଦନ କରିପାରିବେ ।

Share