ଜେଇଇ ମେନ୍‌ ସେସନ୍‌-୨ ରେଜଲ୍ଟ ପ୍ରକାଶ: ପ୍ରିୟଙ୍କା ସର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି ଜେଇଇ ମେନ ସେସନ-୨ ରେଜଲ୍ଟ। ଏହି ପରୀକ୍ଷାରେ ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ମାର୍କ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେ ଫିଜିକ୍ସରେ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ଗଣିତରେ ୧୦୦ ପ୍ରତିଶତ ମଧ୍ୟ ରଖିଛନ୍ତି ପ୍ରିୟଙ୍କା । ପରୀକ୍ଷାରେ ୪୩ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି। ୧୩ଟି ଭାଷାରେ ମୋଟ୍‌ ୮ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଓବିସି-ଏନ୍‌ସିଏଲ କାଟାଗୋରୀରେ ଆଲାମ ସୁଜୟ ଟପ୍ପର ହୋଇଛନ୍ତି। ସେହିପରି ପଛୁଆ ବର୍ଗ କାଟାଗୋରୀରେ କାଲାକୁରି ସାଇନାଥ ଶ୍ରୀମନ୍ତ ଟପ୍ପର ହୋଇଛନ୍ତି । ମହିଳା ବର୍ଗରେ ଟପ୍ପର କର୍ନାଟକର ବିଧି କମଳେଶ କୁମାର ଟପ୍ପର ହୋଇଛନ୍ତି। ସାଧାରଣ ବର୍ଗରେ ସାଙ୍ଗରାଜୁ ଭେଙ୍କଟ କୌଣ୍ଡିନ୍ୟ ଟପ୍ପର ହୋଇଛନ୍ତି।

Share