Categories: ଜାତୀୟ

ପ୍ରକାଶ ପାଇଲା ଜେଇଇ ମେନ୍‌ ଫଳାଫଳ : ପରଫେକ୍ଟ ୧୦୦ ରଖିଛନ୍ତି ୬ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, ୮।୩ : ଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା) ମେନ ପରୀକ୍ଷାର ଫଳାଫଳ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସ (ଏନ୍‌ଟିଏ) କର୍ମକର୍ତ୍ତାଙ୍କ ଅନୁଯାୟୀ, ଏହି ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ପରଫେକ୍ଟ ୧୦୦ ସ୍କୋର କରିଛନ୍ତି। ସେମାନେ ହେଲେ ଦିଲ୍ଲୀର ପ୍ରଭାର କାଟାରିଆ ଓ ରଣଜୀମ ପ୍ରବଲ ଦାସ, ଚଣ୍ଡିଗଡ଼ରୁ ଗୁରୁମିତ ସିଂ, ରାଜସ୍ଥାନରୁ ସାକେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ଥ କ୍ରିଷ୍ଣା କିଦାମ୍ବି।

ଏନ୍‌ଟିଏ ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ ପରୀକ୍ଷା କରାଯାଇଥିଲା। ୩୩୧ ସହରର ୮୦୦ କେନ୍ଦ୍ରରେ କରାଯାଇଥିଲା ଏହି ପରୀକ୍ଷା। ଚଳିତ ବର୍ଷ ମୋଟ ୬.୫୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିଲେ।

Share