Advertisement

୩୯୦ କେଜି ଗଞ୍ଜେଇ ଭର୍ତ୍ତି ଜିପ ଜବତ, ମାଫିଆ ଗାଡି ଛାଡି ଫେରାର

ଦାରିଙ୍ଗବାଡି, ୪ ।୩ (ଅରୁଣ ସାହୁ): ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଥାନା ଅଞ୍ଚଳରୁ ବାହାରକୁ ଚୋରା ଚାଲାଣ ପୂର୍ବରୁ ମାଡ଼ିବସିଲା ପୋଲିସ ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ସରାମୁଳି ପଞ୍ଚାୟତ ତର୍ଗାବାଲି ଗ୍ରାମରେ। ପୋଲିସ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଚୋରାଚାଲାଣ କରିବାକୁ ଉଦ୍ୟମ ବେଳେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡିକୁ ଛାଡି ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ। ବ୍ରାହ୍ମଣୀଗାଁ ପୋଲିସ ଉକ୍ତ ବୋଲେରୋକୁ ଥାନାକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚବେଳେ ସେଥିରୁ ୩୯୦ କେଜି ଗଞ୍ଜେଇ ଥିବା ସବିନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି କହିଛନ୍ତି।

ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ଏକ ଧଳା ରଙ୍ଗର ବୋଲେରୋ (ଓଡି ୦୭ଡି-୮୭୭୩) ଉକ୍ତ ଅଞ୍ଚଳକୁ ଗଞ୍ଜେଇ ନେବାକୁ ଆସିଥିବା କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ସଦଳବଳ ସେଠାରେ ପହଞ୍ଚିଥିଲା। ତେବେ ଏହି ସମୟରେ ପୋଲିସ ପହଞ୍ଚିବା ଖବର ପାଇ ଗାଡି ଛାଡି ଚମ୍ପଟ ମାରିଥିଲେ ଦୁର୍ବୁତ୍ତ। ଏନେଇ ଥାନାରେ ଏକ ମାମଲା (୨୪ /୨୫ ) ପଞ୍ଜିକୃତ କରି ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ପୋଲିସ କହିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share