ମାର୍ଶାଘାଇ,୨୫ା୬(ଡି.ଏନ୍.ଏ.): ପାରାଦ୍ୱୀପ ଇଫ୍କୋ ସାର କାରଖାନାରୁ ବାହାରୁ ଥିବା ଜିପ୍ସମ୍ର ପରିବହନକୁ ନେଇ ବିବାଦ ଦେଖା ଯାଇଛି ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଟ୍ରକ ମାଲିକ ସଂଘର ୩ ମିଳିତ ମଞ୍ଚ ପକ୍ଷରୁ ଇଫ୍କୋ କର୍ତ୍ତୃପକ୍ଷ ସେମାନଙ୍କୁ ପରିବହନ ପାଇଁ ସୁଯୋଗ ନ ଦେବା ଅଭିଯୋଗରେ ମାର୍ଶାଘାଇ ଥାନା ଅନ୍ତର୍ଗତ ବେଲାର ନୂଆଗାଁ ଛକରେ ଅନ୍ୟ ଜିଲାର ଜିପସମ ବୋଝେଇ ହୋଇଥିବା ୬ଟି ଟ୍ରକକୁ ଅଟକାଇ ଥିଲେ। ସଂଘର ବହୁ କାର୍ଯ୍ୟକର୍ତ୍ତା ବେଳରନୂଆଗାଁ ଛକରେ ତମ୍ବୁ ଟାଣି ବସି ରହି ଜିପ୍ସମ୍ ଗାଡ଼ିକୁ ଚିହ୍ନଟ କରିଥିଲେ। ଖବର ପାଇ ମାର୍ଶାଘାଇ ଥାନା ଅଧିକାରୀ ପି.କେ.କାନୁନଗୋ, ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ, ପାଟକୁରା ଥାନା ଅଧିକାରୀ ସରୋଜ ସାହୁ, ଜମ୍ବୁ ମେରାଇନ ଥାନା ଅଧିକାରୀ ପରେଶ ମହାନ୍ତି ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରୀ ପବିତ୍ର ମହାରଣା ପ୍ରମୁଖ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ପହଞ୍ଚତ୍ ସଂଘ କର୍ମକର୍ତ୍ତାଙ୍କୁ ଘଉଡ଼ାଇ ଦେଇଥିଲେ । ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା । ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ମାର୍ଶାଘାଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।