ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍‌ରେ ରାଜ୍‌ କରୁଥିଲେ। ଆଜି ହେଉଛି ତାଙ୍କର ୭୯ ତମ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଅନ୍‌ସ୍କ୍ରିନ୍‌ଠାରୁ ଆରମ୍ଭ କରି ଅପ୍‌ସ୍କ୍ରିନ୍‌ ପର୍ଯ୍ୟନ୍ତ ଜିତେନ୍ଦ୍ର ସବୁଥିରେ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି। ଆଜି ବି ଜିତେନ୍ଦ୍ର ଏମିତି ଧଳା ପୋଷାକ ପିନ୍ଧୁଛନ୍ତି। ଏହା ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଜିତେନ୍ଦ୍ର କ’ଣ ପାଇଁ ସବୁବେଳେ ଧଳା ପୋଷାକ ଏବଂ ଧଳା ଜୋତା ପିନ୍ଧୁଛନ୍ତି। କିଛିଦିନ ପୂର୍ବରୁ ଜିତେନ୍ଦ୍ର ଇଣ୍ଡିଆନ ଆଇଡଲ ୧୨ରେ ନଜର ଆସିଥିଲେ। ଏହି ଶୋ’ରେ ତାଙ୍କୁ ପଚରାଯାଇଥିଲା କି ଆପଣ କାହିଁକି ଧଳା ପୋଷାକ ସବୁବେଳେ ପିନ୍ଧନ୍ତି। ଏହାର ଉତ୍ତରରେ ଜିତେନ୍ଦ୍ର କହିଥିଲେ, ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ରଖିବା ସମୟରେ କେହି ଫ୍ୟାଶନ ଡିଜାଇନର ନ ଥିଲେ। ତେଣୁ ଅଭିନେତ୍ରୀ ଅଭିନେତାମାନେ ସେତେବେଳେ ନିଜ ପସନ୍ଦରେ କିଛି ବି ପିନ୍ଧି ନେଉଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଧଳା ପୋଷାକ ପିନ୍ଧିଲେ ଆଉଟ୍‌ଫିଟ୍‌ସ ସ୍ଲିମ୍‌ ଦେଖାଯାଏ ବୋଲି ତାଙ୍କୁ କେହି ଜଣେ କହିଥିଲେ। ଏଥିପାଇଁ ସେ ସବୁବେଳେ ଧଳା ପିନ୍ଧିବା ପାଇଁ ପସନ୍ଦ କରନ୍ତି। ଜିତେନ୍ଦ୍ର ଫିଲ୍ମ ‘ହିମ୍ମତଓ୍ବାଲା’, ତୋହଫା, ଜୁଦାଇ, ନାଗିନ୍‌, ଔଲାଦ, ହାତିମ ଆଦିରେ ଅଭିନୟ କରିଛନ୍ତି। ସେ ଶ୍ରୀଦେବୀ, ଜୟାପ୍ରଦା, ରେଖାଙ୍କ ପରି ଆଗଧାଡ଼ିର ଅଭିନେତ୍ରୀମାନଙ୍କ ସହ ଅଭିନୟ କରିଛନ୍ତି।

Share