Categories: ବାଣିଜ୍ୟ

‘ଜିତୋ ଧନ୍‌ ଧନା ଧନ୍‌ କାର୍‌ ଉଇନର୍ସ’

ମୁମ୍ବାଇ,୧୩।୪: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ରିଲାଏନ୍ସ ଜିଓର ଅଗ୍ରଣୀ ପ୍ଲାଟ୍‌ଫର୍ମ ଜିଓ ସିନେମା ଚଳିତ ଥର ଟାଟା ଆଇପିଏଲ୍‌ର ଅଫିସିଆଲ ଡିଜିଟାଲ ଷ୍ଟ୍ରିମିଂ ପାଟର୍ନର ଭାବେ ଜଡ଼ିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ କମ୍ପାନୀ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ‘ଜିତୋ ଧନ୍‌ ଧନା ଧନ୍‌ କାର୍‌ ଉଇନର୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ଜିଓ ସିନେମା ପକ୍ଷରୁ ୨୦୨୩ ଏପ୍ରିଲ ୮ ଓ ୯ରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ଗୋଟିଏ ଲେଖାଏଁ କାର୍‌ ଜିତିଥିବା ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ମୟୂରଭଞ୍ଜ ଜିଲାର ରରୁଆଁ ନିବାସୀ ଭୀମସେନ ମହନ୍ତ ଓ ପାଲି ନିବାସୀ ମହେନ୍ଦ୍ର ସୋନି ଏପ୍ରିଲ ୮ ରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍‌ ସମୟରେ ପ୍ରତିଯୋଗିତା ମାଧ୍ୟମରେ ଗୋଟିଏ ଲେଖାଏଁ କାର୍‌ ଜିତିଛନ୍ତି। ସେହିପରି ଗତ ଏପ୍ରିଲ ୯ରେ ଗୁଜରାଟ ଟାଇଟାନ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ସମୟରେ କଟକର ସିଦ୍ଧାର୍ଥ ସାହୁ ଏବଂ ବିହାରର ଲାଖିସରାଇ ବାସିନ୍ଦା ଧୀରେନ୍ଦ୍ର କୁମାର ଗତ ରବିବାର ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ୨ୟ ମ୍ୟାଚ୍‌ ବେଳେ ଜିତୋ ଧନ୍‌ ଧନା ଧନ୍‌ ଖେଳି କାର୍‌ ଜିତିଥିଲେ। ଜିତୋ ଧନ୍‌ ଧନା ଧନ୍‌ ଜିଓ ସିନେମାରେ ଟାଟା ଆଇପିଏଲ୍‌ ଦେଖିବା ସମୟରେ ଦର୍ଶକଙ୍କ ଅନୁଭୂତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି। ଏହି ପ୍ରତିଯୋଗିତା ଦର୍ଶକଙ୍କୁ ସ୍ମାର୍ଟୱାଚ୍‌, ବ୍ଲୁ ଟୁଥ୍‌ ସ୍ପିକର, ବ୍ଲୁ ଟୁଥ୍‌ ନେକ୍‌ବ୍ୟାଣ୍ଡ ଓ ୱାୟାରଲେସ୍‌ ଇୟରଫୋନ୍‌ ଓ ଅନ୍ୟାନ୍ୟ ପୁରସ୍କାର ସମେତ ପ୍ରତ୍ୟେକ ମ୍ୟାଚ୍‌ ସମୟରେ ଏକ କାର୍‌ ଜିତିବାର ଏକ ସୁଯୋଗ ପ୍ରଦାନ କରୁଛି। ଦର୍ଶକଙ୍କୁ ଫୋନ୍‌କୁ ପୋଟ୍ରେଟ୍‌ ମୋଡ୍‌ରେ ହୋଲ୍ଡ କରିବାକୁ ହେବ। ସ୍କ୍ରିନ୍‌ ତଳ ଭାଗରେ ଏକ ଚାଟ୍‌ ବକ୍ସରେ ପ୍ରତ୍ୟେକ ଓଭର ପୂର୍ବରୁ ୪ଟି ବିକଳ୍ପ ସହ ଏକ ପ୍ରଶ୍ନ ଦେଖାଯିବ। ମ୍ୟାଚ୍‌ ସମୟରେ ସବୁଠାରୁ ଠିକ୍‌ ପ୍ରଶ୍ନର ଉତ୍ତର ଦେଇଥିବା ଦର୍ଶକମାନେ ଏକ କାର୍‌ ଜିତିବାର ସୁଯୋଗ ପାଇପାରିବେ। ଦର୍ଶକମାନେ ଜିଓ ସିନେମା (ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌) ଡାଉନ୍‌ଲୋଡ୍‌ କରି ନିଜ ପସନ୍ଦର ସ୍ପୋର୍ଟସ୍‌ ଦେଖିବା ଜାରି ରଖିପାରିବେ। ନୂତନ ଅପ୍‌ଡେଟ୍‌, ନ୍ୟୁଜ୍‌, ସ୍କୋର ଓ ଭିଡିଓ ପାଇଁ ପ୍ରଶଂସକମାନେ ସ୍ପୋର୍ଟସ୍‌ ୧୮ ଓ ଜିଓ ସିନେମାକୁ ସୋସିଆଲ ମିଡିଆରେ ଫଲୋ କରିପାରିବେ।

 

Share